ଭୁବନେଶ୍ୱର: ଓଡିଶା ସରକାର କୋହଳ କଲେ କ୍ୱାରାଣ୍ଟ।ଇନ ଓ ସାମାଜିକ ଦୂରତ୍ୱ ନିୟମ।
ରାଜ୍ୟ ସରକାର ସୋମବାର ଠାରୁ ରାଜ୍ୟ ଭିତରେ ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ବସରେ ଥିବା ଯାତ୍ରୀ ବସିବା କ୍ଷମତା ହିସବାରେ ହିଁ ବସ ଚଳାଚଳ କରିବ । ଏହା ଫଳରେ ବସ ରେ ସାମାଜିକ ଦୂରତା ନିୟମ ରହିବ ନାହିଁ।
ସେହିଭଳି ଟ୍ୟାକ୍ସି ବା ବ୍ୟକ୍ତିଗାଡ଼ିରେ ଡ୍ରାଇଭର କୁ ଛାଡି ଦୁଇଜଣ ବସିପାରିବେ।
ଏହା ସଂଗେ ସଂଗେ ସରକାର ସଂଗରୋଧ ନିୟମରେ କୋହଳ କରିଛନ୍ତି। ପ୍ରବସରୁ ଆସୁଥିବା ଶ୍ରମିକଙ୍କ ପାଇଁ ୨୧ ଦିନ ପରିବର୍ତ୍ତେ ଏଣିକି ୧୪ ଦିନର ସଂଗରୋଧ ବ୍ୟବସ୍ଥା ଲାଗୁ ହେବ। ପ୍ରଥମେ ୭ ଦିନ ସରକାରୀ ସଂଗରୋଧ କେନ୍ଦ୍ରରେ ରହିବେ। ଲକ୍ଷଣ ଦେଖା ନଗଲେ ଗୃହ ସଂଗରୋଧରେ ରହିବେ। ସହରାଞ୍ଚଳରେ ପ୍ରବସୀ ଓଡ଼ିଆ ୧୪ ଦିନ ଗୃହ ସଂଗରୋଧରେ ରହିବେ। ଘରେ ବ୍ୟବସ୍ଥା ନଥିଲେ ହାତରୁ ଭଡା ଦେଇ ହୋଟେଲ ସଂଗରୋଧରେ ରହିବେ। ତେବେ ୭୨ ଘଣ୍ଟା ବା ୩ ଦିନ ପାଇଁ ଆସିଲେ ସଂଗରୋଧରେ ରହିବାର ଆବଶ୍ୟକତା ନାହିଁ। ସେହିଭଳି ରାଜ୍ୟରୁ ବାହାରକୁ ଯାଇ ୩ ଦିନ ମଧ୍ୟରେ ଫେରିଲେ ସଂଗରୋଧର ଆବଶ୍ୟକତା ନାହିଁ।
ରାଜ୍ୟ ସ୍ପେସିଆଲ ରିଲିଫ କମିଶନର ପି.କେ. ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବସ୍ ରେ ଯିବା ଆସିବା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।