ଭୁବନେଶ୍ୱର: ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ।
କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଅବକାରୀ ଶୁଳ୍କ ଏବଂ ରୋଡ଼ ସେସ ବୃଦ୍ଧି କରିବା ପରେ ବର୍ତ୍ତମାନ ରାଜ୍ୟ ସରକାର ପେଟ୍ରୋଲ ଉପରେ ଭାଟକୁ ୨୬ ରୁ ୩୨ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଡିଜେଲ ଉପରେ ଭାତକୁ ୨୬ ରୁ ୨୮ ପ୍ରତିଶତକୁ ବଢାଇଛନ୍ତି । ଏହା ଫଳରେ ପେଟ୍ରୋଲ ଦର ଲିଟର ପିଛା ୩.୧୪ ଟଙ୍କା ଓ ଡିଜେଲ ଲିଟର ପିଛା ୧.୦୨ ଟଙ୍କା ବଢିଛି ।