ଆଇନ କାନୁନ

ଓଡିଶା ହାଇକୋର୍ଟରେ ଆଜିଠୁ ଆରମ୍ଭ ହେଲା ମାମଲାର ଇ-ଫାଇଲିଙ୍ଗ ଓ ଭିଡ଼ିଓ କନଫେରସିଂ ଶୁଣାଣୀ

Published

on

କଟକ: ଓଡ଼ିଶାର ହାଇକୋର୍ଟରେ ବୁଧବାର ଠାରୁ ଆରମ୍ଭ ହୋଇଛି ମାମଲାର ଇ-ଫାଇଲିଙ୍ଗ ଓ ଭିଡ଼ିଓ କନଫେରିସିଂ ଶୁଣାଣୀ ବ୍ୟବସ୍ଥା। କରୋନାଭାଇରସର ମହାମାରୀ ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହାଇକୋର୍ଟ କତ୍ତୃପକ୍ଷ ଏହି ବ୍ୟବସ୍ଥା ଆଜିଠୁ ଆରମ୍ଭ କରିଛନ୍ତି ।

ହାଇକୋର୍ଟର ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ) ଏସ କେ ମିଶ୍ରଙ୍କ ଦ୍ୱାରା ଜାରି ହୋଇଥିବା ଓଡିଶା ହାଇକୋର୍ଟ ଇ-ଫାଇଲିଙ୍ଗ ଆଣ୍ଡ ଭିଡ଼ିଓ କନଫେରିସିଂ ସ୍କିମ 2020 ନୋଟିସ ରେ କୁହା ଯାଇଛି ଯେ ଓକିଲ ମନେ ସେମାନଙ୍କର ପିଟିସନର ଓ ଆବଶ୍ୟକ କାଗଜପତ୍ରର ସ୍କାନ କପି ଇ-ଫାଇଲିଙ୍ଗ ମାଧ୍ୟମରେ ପଠାଇବେ । ମାମଲାର ଶୁଣାଣୀ ପାଇଁ ଭିଡିଓ କଂଫେରେନ୍ସିଂଗର ବ୍ୟବସ୍ଥା କରି ଶୁଣାଣୀ ଆରଂଭର ଘଣ୍ଟାଏ ପୂର୍ବରୁ ପ୍ରସ୍ତୁତ ହୋଇଥିବେ ।

ରାଜ୍ୟରେ କରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲାକଡାଉନ ଯୋଗୁଁ ହାଇକୋର୍ଟ ସମେତ ସମସ୍ତ ତଳ କୋର୍ଟର କାର୍ଯ୍ୟ ଗତ 15 ଦିନ ଧରି ବନ୍ଦ ରହିଛି ।

 

Leave a Reply

Your email address will not be published. Required fields are marked *

Trending

Exit mobile version