ନୂଆଦିଲ୍ଲୀ/ଭୁବନେଶ୍ୱର ୧୨/୧୨ : ଓମାନର ରାଜଧାନୀ ମସ୍କାଟରେ ପ୍ରାୟ ୧୨ ଶହ ଭାରତୀୟ ଶ୍ରମିକ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ଜଣ ଓଡ଼ିଆ । ସେ ସମସ୍ତେ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଏହି ଶ୍ରମିକମାନେ ଜେ ଆଣ୍ଡ ପି କମ୍ପାନୀରେ କିଛିମାସ ହେଲା କାମ କରୁଥିଲେ । ହେଲେ କମ୍ପାନୀ ସେମାନଙ୍କୁ ୫ମାସ ହେଲା ଦରମା ଦେଇନି । କେବଳ ଏତିକି ନୁହେଁ ଶ୍ରମିକମାନଙ୍କୁ ଖାଦ୍ୟ ଦିଆଯାଉନାହିଁ । କମ୍ପାନୀ ସେମାନଙ୍କ ଭିସା ଓ ପାସପୋର୍ଟ ନିଜ ପାଖରେ ରଖିଥିବାରୁ ଶ୍ରମିକମାନେ ଭାରତ ଫେରି ପାରୁନାହାନ୍ତି । ସେମାନଙ୍କ ମୁକ୍ତି ପାଇଁ ସାହାଯ୍ୟ କରିବାକୁ କେନ୍ଦ୍ରସରକାରଙ୍କୁ ଶ୍ରମିକମାନଙ୍କ ପରିବାର ଅନୁରୋଧ ଜଣାଇଛନ୍ତି ।