ଦେଶ ବିଦେଶ

ଓମ୍‌ ବିର୍ଲା ଲୋକସଭା ନୂତନ ବାଚସ୍ପତି

Published

on

ନୂଆଦିଲ୍ଲୀ ୧୯/୬ : ଓମ୍‌ କୃଷ୍ଣ ବିର୍ଲା ଆଜି ଗୃହରେ ନିର୍ଦ୍ୱନ୍ଦରେ ନ୍ନିର୍ବାଚିତ ହେବା ପରେ ବାଚସ୍ପତି ଆସନ ଗ୍ରହଣ କରିଛନ୍ତି । ସର୍ବସମ୍ମତି କ୍ରମେ ବାଚନିକ ଭୋଟ୍‌ରେ ନିର୍ବାଚିତ ହୋଇଛନ୍ତି ବିର୍ଲା । ସେ ରାଜସ୍ଥାନ କୋଟା ସଂସଦୀୟ କ୍ଷେତ୍ର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍ପତି ପଦ ପାଇଁ ଓମ୍‌ ବିର୍ଲାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । ଏହାକୁ ମନ୍ତ୍ରୀ ରାଜନାଥ ସିଂହ ସମର୍ଥନ କରିଥିଲେ । ଏହା ପରେ ସମସ୍ତ ଏନ୍‌ଡିଏ ସମର୍ଥିତ ଦଳ ଗୁଡ଼ିକ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ । ସେହିପରତ କଂଗ୍ରେସ ମଧ୍ୟ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲା । ଏହା ପରେ ପ୍ରସ୍ତାବ ପାରିତ ହୋଇଥିଲା । କାଳଚଳା ବାଚସ୍ପତି ବୀରେନ୍ଦ୍ର କୁମାର ନିର୍ବାଚନ ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିଲେ । ଶେଷରେ ବାଚନିକ ଭୋଟ୍‌ରେ ଓମ୍‌ ବିର୍ଲା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ପରେ କାମଚଳା ବାଚସ୍ପତି ତାଙ୍କୁ ବାଚସ୍ପତି ଆସନରେ ବସିବାକୁ ଆମନ୍ତ୍ରଣ କରିଛନ୍ତି ।
୧୯୬୨ ନଭେମ୍ବର ୨୩ରେ ଜନ୍ମ ଗ୍ରହଣ କରିଥିବା ଓମ୍‌ ବିର୍ଲା ଜଣେ ଲୋକପ୍ରୀୟ ରାଜନେତା । ସେ ୩ ଥର ବିଧାୟକ ରହିସାରିଥିବାବେଳେ ରାଜସ୍ଥାନ କୋଟା ଆସନରୁ ଦୁଇ ଥର ସାଂସଦଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୩, ୨୦୦୮ ଓ ୨୦୧୩ରେ ଯଥାକ୍ରମେ ଦ୍ୱାଦଶ, ତ୍ରୟୋଦଶ ଓ ଚର୍ତୁଦ୍ଦଶ ବିଧାନସଭାର ସେ ସଦସ୍ୟ ରହିସାରିଛନ୍ତି । ଏହା ପରେ ୨୦୧୪ରେ କୋଟା ଆସନରୁ ଲଢ଼ି କଂଗ୍ରେସର ଇହ୍ୟରାଜ ସିଂହଙ୍କୁ ହରାଇଥିଲେ । ତାଙ୍କୁ ଗତ ନିର୍ବାଚନରେ ୫୫ ପ୍ରତିଶତ ଭୋଟ୍‌ ମିଳିଥିଲା । ଚଳିତ ନିର୍ବାଚନରେ ମଧ୍ୟ ସେ ବଡ଼ ବ୍ୟବଧାନ ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version