ବାଲେଶ୍ୱର ୨୫/୨ : ବସ୍ ଓଲଟି ପଡ଼ିବାରୁ ୧୦ଜଣ ଆହାତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାହାନଗା ବ୍ଲକ ଆଳଦା ଗାଁ ନିକଟରେ ଏକ ଯାତ୍ରୀବାହୀ ବସ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦବାଜଦେଉଳିରୁ ବାଲେଶ୍ୱର ଯାଉଥିବା ଏକ ଘରୋଇ ବସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧୦ଜଣ ଆହାତ ହୋଇଥିବା ସୂଚନା ମିଳିଛି । ଆହାତ ଯାତ୍ରୀଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।