ଦେଶ ବିଦେଶ

ଓଲଟିଲା ବସ : ୧୧ ମୃତ, ୩୦ ଆହତ

Published

on

ଝାରଖଣ୍ଡ ୧୦/୬ : ସୋମବାର ସକାଳେ ସଡକ ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଯେବେକି ଦୁର୍ଘଟଣାରେ ୨୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ହଜାରିବାଗ ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ପାଟଣା ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଡବଲ୍ ଡେକର୍ ବସ୍ ଟ୍ରକ୍ ସହ ଧକ୍କା ଖାଇବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୩୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
୨ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଦନୁଆ-ଭାନୁଆ ଅଞ୍ଚଳ ନିକଟରେ ବସଟି ଟ୍ରେଲର୍ ଟ୍ରକ୍ ପଛରେ ଧକ୍କା ଖାଇଥିଲା।ଚାଳକ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଗାଡ଼ି ଚଳାଉଥିଲାବେଳେ ଜଣାପଡ଼ିଲା ବସଟିର ବ୍ରେକ୍ କାମ କରୁନାହିଁ। ଫଳରେ ବସଟି ନିୟନ୍ତ୍ରଣ ବାହାରକୁ ଯାଇ ଟ୍ରକ୍ ଦେହରେ ଧକ୍କା ଖାଇଥିଲା।ପୂର୍ବରୁ ହଜାରିବାଗର ଡେପୁଟି କମିସନର୍ ରବି ଶଙ୍କର ଶୁକ୍ଳ କହିଥିଲେ, “ଘଟଣାସ୍ଥଳରେ ୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇଜଣ ଚୌପାରଣ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି। ଆହତମାନଙ୍କୁ ହଜାରିବାଗ ସଦର ଡାକ୍ତରଖାନାକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version