Connect with us

କାଲିଫର୍ଣ୍ଣିଆ/ ଲଣ୍ଡନ/କାନବେରା / ଲାଗୋସ / ଦୁବାଇ / ଭୁବନେଶ୍ୱର / ଜାକର୍ତ୍ତା / ବ୍ୟାଙ୍ଗକକ /ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଦୁଇଦିନ ଧରି ଓଡ଼ିଶା ସୋସାଇଟି ଅଫ ଆମେରିକାଜ଼ (ଓସା)ର ବିଶ୍ୱ ୱେବ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି | ନିକଟରେ ଓସାର ସଭାପତି କୁକୁ ଦାସଙ୍କ ଦ୍ୱାରା ଆହୂତ ଏକ ଆନ୍ତର୍ଜାତିକ ୱେବିନାର ରେ ଏହି ନିଷ୍ପତ୍ତି ନିଆଯାଇଛି |

ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ଏହି ବିଶ୍ୱ ପ୍ରବାସୀ ଓଡ଼ିଆ ଅନଲାଇନ ମହାକୁମ୍ଭ ରେ ଓଡ଼ିଶାର ଆର୍ଥିକ ଓ ବୌଦ୍ଧିକ ବିକାଶ ନେଇ ଆଲୋଚନାଚକ୍ର, ରାଜ୍ୟର କଳା,ସଂସ୍କୃତି, ଭାସ୍କର୍ଯ୍ୟ, ଐତିହ୍ୟ,ହସ୍ତକଳା,ସ୍ଥାପତ୍ୟ,ପର୍ଯ୍ୟଟନ, ପରିପାଟ୍ଟୀ, ଭାଷା ଓ ସାହିତ୍ୟର ଭବ୍ୟ ପ୍ରଦର୍ଶନ, ଓଡ଼ିଶୀ ସଂଗୀତ, ନୃତ୍ୟ, ଲୋକନୃତ୍ୟ, ଗୀତ ତଥା ବିଭିନ୍ନ ପାରମ୍ପରିକ କଳା ଚାତୁର୍ଯ୍ୟ ର ପରିବେଷଣ ତଥା ଇଣ୍ଟରନେଟ ଯୋଗେ ରାଜ୍ୟର ସ୍ୱାଦିଷ୍ଟ ବ୍ୟଞ୍ଜନ ରାଜି ଯଥା ପିଠା, ପଣାର ପ୍ରତିଯୋଗିତା ଆଦି ସ୍ଥାନ ପାଇବ ବୋଲି ଜଣାଯାଇଛି |

ଡିଜିଟାଲ ସମାବେଶର ବିଶେଷ ଆକର୍ଷଣ ଭାବେ କୋଭିଡ ପରବର୍ତ୍ତୀ ପର୍ଯାୟରେ ସାରା ପୃଥିବୀରେ ବସବାସ କରୁଥିବା ଓଡ଼ିଆ ସଂପ୍ରଦାୟ ସମୂହଙ୍କ ସମ୍ମୁଖ ରେ ଉପୁଜିବାକୁ ଥିବା ଗମ୍ଭୀର ସମସ୍ୟା ଓ ଏଗୁଡ଼ିକର ସମ୍ଭାବ୍ୟ ସମାଧାନ ସଂପର୍କରେ ସଠିକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଏହି ଅବସରରେ ମାନସମନ୍ଥନ ଚର୍ଚ୍ଚା ହେବ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ |

କୁକୁ ଦାସଙ୍କର ପୌରହିତ୍ୟ ରେ ଅନୁଷ୍ଠିତ ଏହି ଭାରଚୁଆଲ ପ୍ରସ୍ତୁତି ବୈଠକରେ ବିଶ୍ୱର ବିଭିନ୍ନ ଦେଶର ଓଡ଼ିଆ ସାଂସ୍କୃତିକ ଏବଂ ସାମାଜିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ |୧୯ଟି ଶାଖା ଓ ୮୦ ହଜାର ସଦସ୍ୟ ବିଶିଷ୍ଟ ୫୨ ବର୍ଷର ପୁରୁଖା ସଂଗଠନ ଓସା, ଓଡ଼ିଶା ବାହାରେ ସର୍ବବୃହତ ଓ ସର୍ବପୁରାତନ ପ୍ରବାସୀ ଓଡ଼ିଆ ଅନୁଷ୍ଠାନର ମାନ୍ୟତା ହାସଲ କରିଥିବା, ଶ୍ରୀମତୀ ଦାସ ତାଙ୍କର ସ୍ୱାଗତ ଭାଷଣ ରେ ପ୍ରକାଶ କରିଥିଲେ |

ୱେବିନାର କୁ ସମ୍ବୋଧନକରି ବରିଷ୍ଠ ସାମ୍ବାଦିକ ଓ ବନ୍ଦେ ଉତ୍କଳ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧକ୍ଷ କିଶୋରେ ଦ୍ବିବେଦୀ, ଓସା ବିଶ୍ୱ ମହୋତ୍ସବ ପ୍ରସ୍ତାବକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ | ବର୍ତ୍ତମାନର ଘଡିସନ୍ଧି ମୁହୂର୍ତ୍ତରେ ସାରା ବିଶ୍ୱର ପ୍ରବାସୀ ଓଡ଼ିଆ ଏକଜୁଟ ହେବାର ଆବଶ୍ୟକତା ରହିଥିବା ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ର ସଭାପତି ଡ଼ଃ ନଳିନୀ ପତି ମତବ୍ୟକ୍ତ କରିଥିଲେ | ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧାରଣ ସଂପାଦକ ପ୍ରୀତିଶ ଦାଶ, ରାଜ୍ୟର କଳା, ସଂସ୍କୃତି, ଭାଷା ଓ ସାହିତ୍ୟ କୁ ପ୍ରଚାର,ପ୍ରସାର କରିବା ଦିଗରେ ଯୁବସମାଜ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଜଣାଇଥିଲେ | ନୂଆଦିଲ୍ଲୀ ସ୍ଥିତ ଦି ଇଣ୍ଟେଲେକଟସ ର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ସମଗ୍ର ପୃଥିବୀ ରେ ଓଡ଼ିଆ ପିଲାମାନଙ୍କୁ ଓଡ଼ିଆ ଭାଷା ଓ ସାହିତ୍ୟ ଅନଲାଇନ ଯୋଗେ ଶିକ୍ଷା ଦିଆଯିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ |

ବୈଠକରେ ଉଦବୋଧନ ଦେଇ ଓଡ଼ିଶା ସମାଜ ୟୁ.କେ. ର ସାଂସ୍କୃତିକ ସଂପାଦକ ଡ଼ଃ ଭାଗ୍ୟଶ୍ରୀ ସିଂହ ଆମର ଭବିଷ୍ୟତ ବଂଶଧର ମାନଙ୍କୁ ନିଜର ମାତୃପ୍ରଦେଶର ଜୀବନଶୈଳୀ ଓ ଚାଲିଚଳଣ ପ୍ରତି ସଚେତନ କରାଇବା ତଥା ଏ ବାବଦର ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଦିଗରେ ସବୁଠୁ ଅଧିକ ପ୍ରାଧାନ୍ୟ ଦିଆଯିବା ଦରକାର ବୋଲି କହିଥିଲେ | ବାଙ୍ଗାଲୋର ଓଡ଼ିଆ ଶିଳ୍ପୋଦ୍ୟୋଗୀ ନେଟୱାର୍କ ର ପ୍ରତିଷ୍ଠାତା ମନୋଜ ପାତ୍ର, ଓସା ମହୋତ୍ସବ ଜରିଆରେ ସମଗ୍ର ବିଶ୍ୱର ଓଡ଼ିଆ ମାନଙ୍କୁ ଯୋଡ଼ିବାର ସାଧୁ ଉଦ୍ୟମ କୁ ସ୍ୱାଗତ କରିବା ସହିତ ୟୁରୋପ ଓ ଆଫ୍ରିକାର ଓଡ଼ିଆ ସଂଗଠନ ଗୁଡ଼ିକୁ ଏହି ସମାବେଶରେ ସାମିଲ କରିବାନେଇ ସେ ପ୍ରଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ |

ଜାପାନ – ଭାରତ ମୈତ୍ରୀ କେନ୍ଦ୍ରର ସଭାପତି କୁନା ଦାଶ ବିଦେଶରେ ଓଡ଼ିଶାର ଉତଥାନପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ସରକାରୀ ସ୍ତରରେ ବ୍ରାଣ୍ଡ ଆମ୍ବାସଡର ଭାବେ ସ୍ୱୀକୃତି ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ |

“ବସୁଧୈବ କୁଟୁମ୍ବକମ” ଶୀର୍ଷକ ଏହି ୱେବିନାର ରେ ଅନ୍ୟମାନଙ୍କ ମଧ୍ୟରେ ଓସାର ଉପସଭାପତି ଅନୀଲ ପଟ୍ଟନାୟକ, କୋଷାଧ୍ୟକ୍ଷ ଉତ୍କଳ ନାୟକ, ୟୁ.କେ. ର ସୁସ୍ମିତା ରାଜହଂସ, ସୁଇଜରଲ୍ୟାଣ୍ଡ ରୁ ଡ଼ଃ ବିଜୟଶ୍ରୀ ସାମଲ,ଭୁବନେଶ୍ୱର ରୁ ସଂଗୀତା ଗୋସାଇଁ, ନୂଆଦିଲ୍ଲୀ ରୁ ଡ଼ଃ ବିକ୍ରମ ମହାନ୍ତି, ଥାଇଲ୍ୟାଣ୍ଡରୁ ଡ଼ଃ ଆଦ୍ର୍ରିସ ବ୍ରହ୍ମଦତ୍ତ, ମାୟାନମାରରୁ ଡ଼ଃ ସୀତଳ କୁମାର, ନାଇଜେରିଆ ରୁ ରମେଶ ବିଶ୍ୱାଳ, ବାହାରିନରୁ ଅରୁଣ କୁମାର ପ୍ରହରାଜ ଏବଂ ଜାକାର୍ତ୍ତାରୁ ଦେବର୍ଷୀ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ |

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଓଡ଼ିଶା କରିବ ଜାପାନର ତତ୍ତୋରି ପ୍ରଦେଶ ସହିତ ମୈତ୍ରୀ ଚୁକ୍ତି

Published

on

ଭୁବନେଶ୍ୱର : ଓଡ଼ିଶା ସରକାର ଏବଂ ଜାପାନର ତତ୍ତୋରି ସରକାରଙ୍କ ମଧ୍ୟରେ ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ( ଫ୍ରେଣ୍ଡସିପ୍ ଏଗ୍ରିମେଣ୍ଟ ) ସମ୍ପର୍କିତ ଏକ ଅନଲାଇନ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଉଭୟ ପକ୍ଷ ମଧ୍ୟରେ ଦୀର୍ଘମିଆଦୀ ସହଯୋଗ ଓ ପାରସ୍ପରିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ବିଭିନ୍ନ ବିଷୟ ଉପରେ ଫଳପ୍ରଦ ଆଲୋଚନା ହୋଇଥିଲା । ବୈଠକରେ ତତ୍ତୋରି ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାରଙ୍କ ସହିତ ଅର୍ଥନୈତିକ ସହଯୋଗ, ପର୍ଯ୍ୟଟନ, ସାଂସ୍କୃତିକ ଆଦାନ-ପ୍ରଦାନ, ଛାତ୍ର ଓ ଯୁବ ବିନିମୟ, ଏବଂ ମାନବ ସମ୍ବଳ ବିକାଶ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦିଆଯାଇଥିବା ମୈତ୍ରୀ ଚୁକ୍ତିର ଖସଡ଼ା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା ।

ବୈଠକର ପ୍ରାରମ୍ଭରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ତତ୍ତୋରି ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ଏଣ୍ଡୋ ତୋଶିକି ଉଭୟ ସରକାରଙ୍କ ପକ୍ଷରୁ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ତୋତ୍ତୋରି ସରକାରଙ୍କ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ଓ ଆନ୍ତର୍ଜାତିକ ଆଦାନ-ପ୍ରଦାନ ବ୍ୟୁରୋ, ତତ୍ତୋରି ବିକାଶ କାର୍ଯ୍ୟାଳୟ, ଗୃହ ଓ ଆନ୍ତର୍ଜାତିକ ବ୍ୟାପାର ଡିଭିଜନ, ବାଣିଜ୍ୟ ଓ ଲଜିଷ୍ଟିକ୍ସ ବିଭାଗ ଆଦି ପଦାଧିକାରୀ ଏବଂ ଆନ୍ତର୍ଜାତୀୟ ସଂପର୍କ ସଂଯୋଜକ ଏବଂ ଜାପାନସ୍ଥିତ ଭାରତୀୟ ଦୂତାବାସର ପ୍ରତିନିଧି ମଧ୍ୟ ଯୋଗଦେଇଥିଲେ । ଲୋକସେବା ଭବନରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କ୍ରୀଡ଼ା ଓ ଯୁବସେବା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ, ଇପିକଲର ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ କମିଶନର ତଥା ଶାସନ ସଚିବ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗଦେଇଥିଲେ।

ବୈଠକରେ ତତ୍ତୋରି ପ୍ରଦେଶର ପ୍ରତିନିଧି ଦଳଙ୍କ ଆଗାମୀ ଓଡ଼ିଶା ଗସ୍ତ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଚଳିତ ବର୍ଷ ଜୁଲାଇ ମାସରେ ତତ୍ତୋରି ସରକାରଙ୍କ ଏକ କାର୍ଯ୍ୟ-ସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଗସ୍ତ କରିବାକୁ ଥିବାବେଳେ ନଭେମ୍ବର ମାସରେ ଟୋଟୋରି ପ୍ରଦେଶର ରାଜ୍ୟପାଳଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ବୋଲି ସୂଚନା ଦିଆଯାଇଥିଲା । ଏହି ପ୍ରସ୍ତାବିତ ମୈତ୍ରୀ ଚୁକ୍ତି ମାଧ୍ୟମରେ ଉଭୟ ରାଜ୍ୟ ମଧ୍ୟରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ, ଶିକ୍ଷା ଓ ଦକ୍ଷତା ବିକାଶ, ପର୍ଯ୍ୟଟନର ପ୍ରଚାର ଏବଂ ପାରସ୍ପରିକ ଜନ ସମ୍ପର୍କ ବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉକି ଗତ ମଇ ୨o ତାରିଖରେ କୋଲକାତାସ୍ଥିତ ଜାପାନର ମହାବାଣିଜ୍ୟ ଦୂତ ଓଡ଼ିଶା ଗସ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏ ପ୍ରସଙ୍ଗରେ ଆଲୋଚନା କରିବା ସହିତ ମଇ ୨୧ ତାରିଖରେ ସେ ମଧ୍ୟ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ

Continue Reading

World

ଓଡିଶା: ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ

Published

on

ଭୁବନେଶ୍ବର:

ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଳ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ ।

ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।

ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ । ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି ।

ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ । ଦେଶ ବିଦେଶରେ ଥିବା ଓଡିଆ ମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ।

ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ।

ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ।

ସମ୍ମିଳନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ। ଆଜି ଓଡିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ। ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡିଶାରେ ରହୁଛି, ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ। ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡିଆ ଭାଷାକୁ ଭଲ ପାଏ ଏବଂ ଓଡିଆ ଭାଷାକୁ ବ୍ୟବହାର କରେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି । କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ । ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ ।

ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଜିର ଏହି ସମ୍ମିଳନୀ ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ ।

ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା । ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ । କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ । ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ। ଏହି ବିଶ୍ବ ଓଡିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ଯୁବ ଲେଖିକା ସ୍ବୟଂ ସ୍ବରୂପା କର ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଳ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା।

ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ । ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି ।

ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ । ଦେଶ ବିଦେଶରେ ଥିବା ଓଡିଆ ମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ।

ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ।

ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ। ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ।

ସମ୍ମିଳନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ। ଆଜି ଓଡିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ। ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ବାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଅନ୍ୟତମ ଅତିଥିଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡିଶାରେ ରହୁଛି, ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ। ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡିଆ ଭାଷାକୁ ଭଲ ପାଏ ଏବଂ ଓଡିଆ ଭାଷାକୁ ବ୍ୟବହାର କରେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ସ୍ବରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥ ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି । କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ । ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ ।

ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡିଆ ଭାଷାର ଭବିତ୍ୟତ ବହୁତ ଉଜ୍ଜଳ। ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି। ଆଜିର ଏହି ସମ୍ମିଳନୀ ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ବାରା ଓଡିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ ।

ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ। ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା । ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ । କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ । ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ। ଏହି ବିଶ୍ବ ଓଡିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ଯୁବ ଲେଖିକା ସ୍ବୟଂ ସ୍ବରୂପା କର ଧନ୍ୟବାଦ ଅର୍ପଣ କରିଥିଲେ ।

Continue Reading

Nation

ବିଶ୍ୱ ଭୂମିକାରେ ଅବତୀର୍ଣ୍ଣ ହେବେ ସିଏଜି ମୁର୍ମୁ

Published

on

ଭୁବନେଶ୍ୱର: ଆସନ୍ତା ୨୦୨୪ରୁ ବିଶ୍ୱ ଭୂମିକାରେ ଅବତୀର୍ଣ୍ଣ ହେବେ ଦେଶର ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ।

ମୁର୍ମୁ ନିକଟରେ ଏସେମ୍ବଲୀ ଅଫ ଏସିଆନ ଅର୍ଗାନିଆଇଜେସନ ଅଫ ସୁପ୍ରିମ ଅଡିଟ ଇନଷ୍ଟିଚ୍ୟୁସନ (ଏଏସଓଏସଏଏଇ)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେ ଏହି ପଦବୀରେ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ତିନି ବର୍ଷ ରହିବେ।

ଅଧ୍ୟକ୍ଷ ମୁର୍ମୁ ଏହି ସଂଗଠନର ମୁଖ୍ୟ କାର୍ଯ୍ୟନିର୍ବାହୀଭାବେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସଂଗଠନ ଗୁଡିକ ସହ ଯୋଗାଯୋଗ କରିବେ।

ମୁର୍ମୁଙ୍କ ଏହି କାର୍ଯ୍ୟକାଳରେ ଭାରତରେ ଏଏସଓଏସଏଏଇର ୧୬ତମ ଏସମ୍ବଲୀ ୨୦୨୪ରେ ଅନୁଷ୍ଟିତ ହେବାକୁ ଯାଉଛି। ମୁର୍ମୁଙ୍କ ତିନିବର୍ଷ କାର୍ଯ୍ୟକାଳ ମଧ୍ୟରେ ଦେଶ ପରିବେଶ ଅଡିଟ, ଏବଂ ବିଗ ଡାଟା, ମେସିନ ଲରନିଂ ଏବଂ ଆରଟିଫିସିଆଲ   ଇଣ୍ଟିଲିଜେନ୍ସ ଭଳି ନୂତନ ବୈଷୟିକ ଜ୍ଞାନର ଅଡିଟ ଉପରେ ଜୋର ଦେବ ବୋଲି କୁହାଯାଉଛି।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions