ରାଜ୍ୟ

ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ : ସୁରେନ୍ଦ୍ର କୁମାର

Published

on

ଭୁବନେଶ୍ୱର ୧୨/୪ : ଓଡ଼ିଶାରେ ପ୍ରଥମ ପର‌୍ୟ୍ୟାୟରେ ୭୩.୭୬ ପ୍ରତିଶତ ମତଦାନ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ରାଜ୍ୟରେ ପ୍ରଥମ ଚରଣରେ ୭୩.୭୬% ପ୍ରତିଶତ ମତ ସଂଗ୍ରହ ହୋଇଛି । ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଗତକାଲି ଭୋଟ ଗ୍ରହଣ ହୋଇଛି । ଗଣତନ୍ତ୍ରର ଏହି ଭୋଟିଂ ପ୍ରକ୍ରିୟାରେ ୭୩.୦୯% ପ୍ରତିଶତ ପୁରୁଷ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ବେଳେ ୭୪.୪୩ ପ୍ରତିଶତ ମହିଳା ଅଂଶ ଗ୍ରହଣ କରିଛନ୍ତି ।
ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ସୂଚନା ଅନୁସାରେ, କଳାହାଣ୍ଡିରେ ୭୫.୮୨ ପ୍ରତିଶତ ଭୋଟ ଇଭିଏମରେ ସିଲ ହୋଇଛି । ନବରଙ୍ଗପୁରରେ ୭୮.୮୯%, ବ୍ରହ୍ମପୁରରେ ୬୫.୫୭% ଓ କୋରାପୁଟରେ ୭୪.୭୭% ମତଦାନ ହୋଇଛି । କୋରାପୁଟ କୋଟପାଡରେ ସର୍ବାଧିକ ୮୬ ଦଶମିକ ୮୩ ପ୍ରତିଶତ ଭୋଟିଂ ହୋଇଥିବା ବ୍ର୍ହ୍ମପୁର ବିଧାନସଭା କ୍ଷେତ୍ରରେ ସବୁଠୁ କମ୍ ୫୬ ଦଶମିକ ୩ ପ୍ରତିଶତ ମତଦାନ ହୋଇଛି । ୨ଟି ବୁଥରେ ସାନି ମତଦାନ ପାଇଁ ସୁପାରିସ ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version