ଭୁବନେଶ୍ୱର ୧୬/୧୨ : ଓଡ଼ିଶାରେ ସତତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି । ସତତ ଯୋଜନାରେ ୪ଟି ତୈଳ କମ୍ପାନୀ ସହଯୋଗରେ ରାଜ୍ୟରେ ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ୨୦୨୩ ସୁଦ୍ଧା ୫ ହଜାର କମ୍ପ୍ରେସ୍ଡ, ବାୟୋଗ୍ୟାସ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରହିଛି । ନଡ଼ା, ଗୋବର ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରୁ ଏହି ବାୟୋଗ୍ୟାସ ଉତ୍ପାଦନ କରାଯିବ । ଓଡ଼ିଶାରେ ବାର୍ଷିକ ୬୨ ନୁୟୁତ ଟନ୍ ବାୟୋଗ୍ୟାସ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ।