ଭୁବନେଶ୍ୱର ୧୮/୧ : ଓଡ଼ିଶାର ୪ ଜଣ ବାଳକ/ବାଳିକା ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ସେମାନେ ହେଲେ ସିତୁ ମଲ୍ଲିକ, ଝିଲ୍ଲି ବାଗ, ରଞ୍ଜିତା ମାଝି ଓ ବିଶ୍ୱଜିତ ପୁହାଣ । ସିତୁ ମଲ୍ଲିକଙ୍କୁ ସମ୍ମାନଜନକ ବାପୁ ଗୟାଧନୀ ପୁରସ୍କାରରେ ସମ୍ମାନିତ କରାଯିବ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।