ରାଜ୍ୟ

ଓଡ଼ିଶା ବିନା ଭାରତରେ ଷ୍ଟିଲ୍ ଇଣ୍ଡଷ୍ଟ୍ରିର କଳ୍ପନା କରିହେବ ନାହିଁ : ଧର୍ମେନ୍ଦ୍ର ପ୍ରଧାନ

Published

on

ଭୁବନେଶ୍ୱର ୮/୬ : ଓଡ଼ିଶା ବିନା ଭାରତରେ ଷ୍ଟିଲ୍ ଇଣ୍ଡଷ୍ଟ୍ରିର କଳ୍ପନା କରିହେବ ନାହିଁ । ଭାରତ ପୃଥିବୀର ଦ୍ୱିତୀୟ ଷ୍ଟିଲ ଉତ୍ପାଦନକାରୀ ଦେଶ । ପୃଥିବୀର ଏକମାତ୍ର ଅଂଚଳ ଯେଉଁଠି ଷ୍ଟିଲସେକ୍ଟରେ ୬ରୁ ୮ ପ୍ରତିଶତ ଅଭିବୃଦ୍ଧି ହାର ରହିଛି । ତେଣୁ ସ୍ୱାଭାବିକ ଭାବେ ଏହାର ଲାଭ ଓଡ଼ିଶାକୁ ମିଳିବା ଆବଶ୍ୟକ ବୋଲି କହିଛନ୍ତି ଇସ୍ପାତ, ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ସରକାରଙ୍କ ସହଯୋଗରେ ଓଡ଼ିଶାର ଯୁବକ ଓ ରାଜସ୍ୱ ପାଇଁ ତଥା ଭାରତ ବର୍ଷର ବିକାଶ ପାଇଁ ଓଡ଼ିଶାକୁ ଷ୍ଟିଲ୍ ମାନୁଫାକ୍ଚରିଂ ହବ୍ ତିଆରି କରିବା ପାଇଁ ଚେଷ୍ଟା କରାଯିବ ।
କେନ୍ଦ୍ରରେ ମନ୍ତ୍ରୀ ଭାର ସମ୍ଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ୨ କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ଦଳୀୟ କର୍ମୀ । ମୋଦି ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ଇସ୍ପାତ, ପେଟ୍ରୋଲିୟମ, ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଏମଏସଏମଇ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

Leave a Reply

Your email address will not be published. Required fields are marked *

Trending

Exit mobile version