ଶ୍ରୀନଗର ୩୦/୩ : ଅରୁଣାଚଳ ପ୍ରଦେଶର ଆଲୋ ଠାରେ ହୋଇଥିବା ଏକ ଜନସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀରେ ହେଉ ଅବା ଅନ୍ୟ କେଉଁ ରାଜ୍ୟରେ, ତାର ଦୁର୍ନିତି ସହ ସମ୍ପର୍କ ନିବିଡ ରହିଛି । ପିଏମ ମୋଦୀ କହିଛନ୍ତି “କଂଗ୍ରେସକୁ ମଲାଇର ଚିନ୍ତା ଥିବା ବେଳେ ଆମକୁ ଦେଶର ଭଲାଇ ଚିନ୍ତା ରହିଛି” । କଂଗ୍ରେସକୁ ଟଙ୍କା କିପରି ଖାଇବା ସେହି ଚିନ୍ତା ଥିବାବେଳେ ବିଜେପିକୁ ଦେଶର ଭଲ କରିବାକୁ ଚିନ୍ତା ରହୁଛି ।
ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ ଦୁର୍ନିତି ସହ କଂଗ୍ରେସର ସମ୍ପର୍କ ସବୁବେଳେ ନିବିଡ ରହିଛି । ଏହା ସମସ୍ତଙ୍କୁ ବାନ୍ଧି ରଖିବାର ଫେଭିକଲ କରପସନ । ତାଙ୍କ ନେତା ଗରୀବଙ୍କ ଥାଳି ଚୋରି କରୁଛନ୍ତି ଏବଂ ଦିଲ୍ଲୀରେ ଥିବା ତାଙ୍କ ନେତା ଟ୍ୟାକ୍ସ ଚୋରି କରୁଛନ୍ତି । ଖବର କାଗଜ ପରିଚାଳନା କରିବା ପାଇଁ ଦିଆଯାଇଥିବା ଜାଗାରୁ ଲକ୍ଷ ଲକ୍ଷ ଟଙ୍କା ଭଡା ଆଦାୟ କରିଛନ୍ତି । ରାକ୍ଷା କ୍ଷେତ୍ରରେ ଦଲାଲାମାନେ ଟଙ୍କା ଖାଇଛନ୍ତି । ସେ ନିଜେ ଜମାନତରେ ବାହାରେ ଅଛନ୍ତି । ଯିଏ ବେଲର ଅଛି, ସିଏ ଚୌକିଦାରକୁ ଗାଲି କରୁଛି ।
ପିଏମ ମୋଦୀ କହିଛନ୍ତି ଅରୁଣାଚଳ ପ୍ରଦେଶ ବିଜେପି ପାଇଁ ସୌଭାଗ୍ୟ ଆଣିବାର ପ୍ରଦେଶ । ଉତ୍ତର ପୂର୍ବରେ ପଦ୍ମ ଫୁଟିବା ଏହିଠାରୁ ଆରମ୍ଭ ହୋଇଥିଲା । ମୋତେ ବିଶ୍ୱାସ ଅଛି ଯେ ୨୦୧୯ରେ ମଧ୍ୟ ଆପଣମାନେ ରାଜ୍ୟରେ ପେମା ଖାଣ୍ଡୁ ଏବଂ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଆଣିବାରେ ସାହାର୍ୟ୍ୟ କରିବେ ।