ରାଜନୀତି

କଂଗ୍ରେସରେ ଗଣତନ୍ତ୍ର ନାହିଁ

Published

on

୨୦/୧ : କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ଅଭିଯୋଗ କରିଛନ୍ତି ଦଳରୁ ଗତକାଲି ବହିଷ୍କୃତ ହୋଇଥିବା କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ । ସେ କହିଛନ୍ତି ଯେ, ସେ କୋ÷ଣସି ଦଳ ବିରୋଧୀ କାର୍ଯ୍ୟ କରିନାହାନ୍ତି । ତଥାପି ତାଙ୍କୁ ରାତିଅଧିଆ ବହିଷ୍କାର କରାଯାଇଛି । କଂଗ୍ରେସକୁ ଖଣି ମାଲିକମାନେ ହିଁ ଚଳାଉଛନ୍ତି ବୋଲି ଶ୍ରୀ ସଗରିଆ ଗୁରୁତର ଅଭିଯୋଗ କରିଛନ୍ତି । ଅନୁସୂଚିତ ଜାତି-ଜନଜାତି ଲୋକଙ୍କୁ କଂଗ୍ରେସର ନେତାମାନେ କେବେ ମଣିଷ ବୋଲି ଭାବନ୍ତି ନାହିଁ ବୋଲି ଦର୍ଶାଇ ଶ୍ରୀ ସଗରିଆ କହିଛନ୍ତି ଯେ, ସେ ବିଜେଡ଼ି କିମ୍ବା ବିଜେପିରେ ଯୋଗ ଦେବେନାହିଁ । ଯେଉଁ ଦଳ ଭଲ କାମ କରିବ ସେ ତାହାସହ ରହିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version