ଭୁବନେଶ୍ୱର ୨୪/୩ : କଂଗ୍ରେସରେ ଡାକ୍ତର ଅଶ୍ୱିନୀ ପୂଜାହାରୀ ପିସିସି ସଭାପତିଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିଛନ୍ତି ପୂଜାହାରୀ । ଚାକିରିରୁ ଇସ୍ତଫା ଦେବା ପରେ ‘ଭିମସାର୍’ର ବହୁଚର୍ଚ୍ଚିତ ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ପୂଜାହାରୀ ରାଜନୀତିରେ ଯୋଗ ଦେବେ ବୋଲି ସର୍ବସାଧାରଣ ଆଲୋଚନା କରୁଥିଲେ। କିନ୍ତୁ, ବିଜେପି ନା କଂଗ୍ରେସରେ ଯୋଗ ଦେବେ ତାହା ସେ ସ୍ଥିର କରିନଥିଲେ।
ଶେଷରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ଡାକ୍ତର ପୂଜାହାରୀ ନିର୍ଦେଶକ ଥିବାବେଳେ ‘ଭିମସାର୍’ରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଲୋକଲୋଚନକୁ ଆସିଥିଲେ। ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ।