Nation

କଂଗ୍ରେସର ଗୁଜରାଟ ମୁଣ୍ଡବ୍ୟଥା

Published

on

ନୂଆଦିଲ୍ଲୀ: କଂଗ୍ରେସର ମୁଣ୍ଡବ୍ୟଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜସ୍ଥାନ ଅଡୁଆ ନ ଛିଡୁଣୁ ଏବେ ଗୁଜରାଟ ସମାସ୍ୟା ମୁଣ୍ଡ ଟେକିଲାଣି।
ଗୁଜରାଟରେ ଆସନ୍ତା ବର୍ଷ ଡିସେମ୍ବରରେ ହେବ। ଗତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା। ଏଥର କ୍ଷମତା ଦଖଲ କରିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। ଏଣୁ ଦଳର ରାଜ୍ୟ ସଭାପତି ପଦ ପାଇଁ ଜୋରଦାର ଲବି ଆରମ୍ଭ ହୋଇଗଲାଣି। କାରଣ ପିସିସି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି।

ପୂର୍ବତନ ଗୁଜରାଟ ପିସିସି ସଭାପତି ଭାରତସିଂ ସୋଲାଙ୍କି ପୁଣି ପଦବୀକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସେହିଭଳି ପୂର୍ବତନ ପିସିସି ସଭାପତି ଅର୍ଜୁନ ମୋଧ୍ୱଡ଼ିଆ ଦୌଡ଼ରେ ଯୋଗ ଦେଇଛନ୍ତି।
ତେବେ ଏହି ଦୌଡ଼ରେ ଗୁଜରାଟ କଂଗ୍ରେସ ଦଳର କାର୍ଯ୍ୟକାରୀ ସଭାପତି ହାର୍ଦିକ ପଟେଲ ସବୁଠୁ ଆଗରେ ଅଛନ୍ତି। ଗୁଜରାଟରେ ଯେଉଁ ଘମାଘୋଟ ଲଢେଇ ହେବ ସେଥିରେ ପଟେଲଙ୍କ ଭଳି ଜଣେ ଟାଣୁଆ ଯୋଦ୍ଧା ଯୁବକହିଁ ବିଜେପିକୁ ଟକ୍କର ଦେଇ ପାରିବେ।
ଗୁଜରାଟର ରାଜନୀତିରେ ପ୍ରଭାଵ ରଖୁଥିବା ପଟେଲ ସଂପ୍ରଦାୟ ପାଇଁ ଲଢେଇ କରି ନେତା ହୋଇଥିବା ହାର୍ଦିକ କଂଗ୍ରେସକୁ ଏହି ସମୟରେ ସଠିକ ନେତୃତ୍ୱ ଦେଇପାରିବେ।
ବର୍ତ୍ତମାନ କଂଗ୍ରେସ ଦଳର ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଯୁବକମାନକୁ ଯେଭଳି ଗୁରୁତ୍ୱ ମିଳୁଛି ସେଥିରେ ହାର୍ଦ୍ଦିକଙ୍କ ଅଧିକ ସମ୍ଭାବନା ରହିଛି।
କଂଗ୍ରେସ ଦଳ ଖୁବଶୀଘ୍ର ଗୁଜରାଟ ପାଇଁ କେନ୍ଦ୍ରୀୟ ରାଜ୍ୟ ପ୍ରଭାରୀ ନିଯୁକ୍ତି କରିବାକୁ ଯାଉଛି। ନିକଟରେ ରାଜୀବ ସତ୍ବବଙ୍କ ମୃତ୍ୟୁ ପରେ ଏହି ପଦବୀ ଖାଲି ଅଛି।
ଗତ ୧୯୧୭ ନିର୍ବାଚନରେ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାରେ ୭୭ ଟି ଆସନ ଜିତିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦଳ ଶାସନ କ୍ଷମତାରେ ଥିବା ବିଜେପିର ସାଂଖ୍ୟକୁ ୯୯କୁ ଖସାଇ ଆଣିବାରେ ସକ୍ଷମ ହୋଇଥିଲା। ତେବେ ଗତ ଚାରି ବର୍ଷର। କଂଗ୍ରେସର ବିଧାୟକ ସଂଖ୍ୟା ୬୫କୁ ଖସି ଆସିଛି। ଦଳର ୧୨ଜଣ ବିଧାୟକ ବିଜେପିକୁ ଚାଲିଯିବା ଫଳରେ ବିଜେପିର ସଂଖ୍ୟା ୧୧୧କୁ ବୃଦ୍ଧି ପାଇଛି।
ଆଗାମୀ ନିର୍ବାଚନରେ ଆମ ଆଦମୀ ପାର୍ଟି ସବୁ ଆସନରେ ପାର୍ଥି ଦେବାର ଘୋଷଣା ପରେ କଂଗ୍ରେସ ଦଳର ଆଲୋଡନ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version