ରାଜନୀତି

କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରିଛନ୍ତି ମୋଦୀ

Published

on

ନୂଆଦିଲ୍ଲୀ ୯/୪ : କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତିି କି କଂଗ୍ରେସର ଇସ୍ତାହାରରେ ଭାରତ କଥା କମ୍, ପାକିସ୍ତାନ ସପକ୍ଷରେ ବେଶି ପ୍ରତିଶ୍ରୁତି ରହିଛି।
‘ପ୍ରଥମ ଥର ଭାରତ ସୀମା ପାର୍ କରି ଆତଙ୍କବାଦୀମାନଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି। ମାତ୍ର କଂଗ୍ରେସ ପ୍ରମାଣ ମାଗି ଚାଲିଛି। ଲୋକମାନେ ସଶସ୍ତ୍ର ବଳକୁ ବିଶ୍ୱାସ କରୁଛନ୍ତି ମାତ୍ର କଂଗ୍ରେସ ନେତାମାନେ କରିପାରୁ ନାହାନ୍ତି। ଯେଉଁ ଜିନିଷକୁ ପାକିସ୍ତାନ ଦୁନିଆ ସାରା ବୁଣିବାକୁ ଚାହୁଁଛି କଂଗ୍ରେସ ତାକୁ ପ୍ରଚାର କରିବାରେ ଲାଗିଛି।’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି। ମୋଦୀ ଆହୁରି ବି କହିଛନ୍ତି ଯେ ‘କଂଗ୍ରେସ ଦଳ ତା’ର ଇସ୍ତାହାରରେ ପ୍ରକାଶ କରିଛି ଯେ ଜମ୍ମୁ-କଶ୍ମୀର ପାଇଁ ରହିଥିବା ଧାରା ୩୭୦କୁ କେହି ଛୁଇଁପାରିବେ ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version