ନୂଆଦିଲ୍ଲୀ: କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। ବିହାର ନିର୍ବାଚନ ପରେ ପରେ ଅର୍ଥାତ ଜାନୁଆରୀ-ଫେବ୍ରୁଆରୀ ମାସ ବେଳକୁ ଦଳର ଏକ ସ୍ଥାୟୀ ସଭାପତି ନିର୍ବାଚିତ ହେଇ ସାରିଥିବେ।
ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଆମେରିକାରୁ ଫେରିବା ପରେ ନିର୍ବାଚନ ପରିଚାଳନା ପ୍ରସ୍ତୁତି ପାଇଁ ସେଣ୍ଟ୍ରାଲ ଇଲେକ୍ସନ ଅଥରିଟି କରିଛନ୍ତି। କାର୍ଯ୍ୟ ଆରମ୍ଭ କରି ଅଥରିଟିର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ରାଜ୍ୟ ସଂଗଠନଗୁଡିକୁ ଏଆଇସିସି ସଦସ୍ୟଙ୍କ ଏକ ସଦ୍ୟ ଚିଠା ମଗିଛନ୍ତି। କଂଗ୍ରେସ ଦଳର ଏଆଇସିସି ସଭ୍ୟମାନେ ଦଳର ସଭାପତି ନିର୍ବାଚନ କରନ୍ତି।
କଂଗ୍ରେସର ଦଳୀୟ ନିର୍ବାଚନ ୨୦୧୭ ମସିହାରେ ହୋଇଥିଲା। ଏଣୁ ଏଆଇସିସିର ସଦସ୍ୟଙ୍କର ଏକ ତାଲିକା ଆବଶ୍ୟକ।
ଆଶା କରାଯାଉଛି ଯେ ଦଳର ହାଇକମଣ୍ଡ ନୂଆବର୍ଷ ବେଳକୁ ଏଆଇସିସିର ସ୍ୱତନ୍ତ୍ର ଅଧିବେଶନ ଡକାଇ ନିର୍ବାଚନ କରିବେ।
ଦଳରେ ନେତୃତ୍ୱକୁ ନେଇ ଅନେକ ବଦବିବାଦ ଦେଖା ଦେଲାଣି। ନିକଟରେ ଦଳର ତେଇଶି ଜଣ ତୁଙ୍ଗ ନେତା ଏ ସମ୍ପର୍କରେ ଚିଠି ଲେଖି ସୋନିଆଙ୍କୁ ଜଣାଇଥିଲେ।