ନୂଆଦିଲ୍ଲୀ ୧୨/୧ : ଦେଶବାସୀଙ୍କ ପ୍ରତି କଂଗ୍ରେସ ବିଶ୍ୱାସଘାତକତା କରିଛି ବୋଲି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି । ଆଜି ଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକର ଉଦଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେ, ସରକାରୀ ସମ୍ପତ୍ତିର ଦାୟିତ୍ୱରେ ଥିବାବେଳେ କଂଗ୍ରେସ ସେହି ସମ୍ପତ୍ତି ଲୁଟିଛି । ଲୁଟେରାମାନେ ଦେଶ ଭିତରେ ବା ବାହାରେ ଥାନ୍ତୁ ସମସ୍ତଙ୍କୁ ଧରାଯିବ । ଏ ଚୋ÷କିଦାର କୋ÷ଣସି ଚୋରକୁ ଛାଡ଼ିବ ନାହିଁ । ୧୦ ବର୍ଷର ଶାସନକାଳ ମଧ୍ୟରେ କଂଗ୍ରେସ ଦେଶକୁ ଅନ୍ଧକାର ଭିତରକୁ ଠେଲି ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି ଯେ, ଦେଶକୁ ଶିଖରରେ ପହଂଚାଇବା ଲାଗି ତାଙ୍କ ସରକାର ନିରନ୍ତର ଉଦ୍ୟମ କରିଚାଲିଛି । ଲୋକଙ୍କ ବିକାଶ ହିଁ ତାଙ୍କ ସରକାରଙ୍କ ଲକ୍ଷ୍ୟ । ପଶ୍ଚିମବଙ୍ଗ, ଆନ୍ଧ୍ର ଓ ଛତିଶଗଡ଼ ସରକାର ସିବିଆଇକୁ ନିଜ ରାଜ୍ୟରେ ପୁରାଇ ନଦେବା ପାଇଁ ନେଇଥିବା ନିଷ୍ପତ୍ତିକୁ ଶ୍ରୀ ମାଦୀ ତୀବ୍ର ସମାଲୋଚନା କରିଛନ୍ତି । ଏହି ୩ ରାଜ୍ୟ ସରକାର କି ଜଘନ୍ୟ ଅପରାଧ କରିଛନ୍ତି ଯେ, ଯାହାପାଇଁ ସେମାନେ ସିବିଆଇକୁ ଏତେ ଭୟ କରୁଛନ୍ତି ବୋଲି ଶ୍ରୀ ମୋଦୀ ପ୍ରଶ୍ନ କରିଛନ୍ତି ।