ନୂଆଦିଲ୍ଲୀ: କଂଗ୍ରେସ ଏଆଇସିସି ପଦ ପଦବୀରେ ପରିବର୍ତ୍ତନର ସୂଚନା ଏବେ ସ୍ପଷ୍ଟ ହେବାରେ ଲାଗିଛି।
ଦଳର ସଭାପତି ପଦକୁ ରାହୁଲ ଗାନ୍ଧୀଙ୍କ ଫେରିବା ସମ୍ଭାବନା ଉଜ୍ବଳ ହେଉଥିବାବେଳେ ଏଆଇସିସି ପଦପଦବୀରେ ଅଦଳବଦଳର ସୂଚନା ମିଳୁଛି।
ଏଆଇସିସିର ବିଭିନ୍ନ ପଦପଦବୀରେ ଥିବା ଅନେକ ନେତା ବର୍ତ୍ତମାନ ମନ୍ତ୍ରୀ ବା ସାଂସଦ ହୋଇଛନ୍ତି । ସେମାନଙ୍କ ସ୍ଥାନରେ ଦଳ ବର୍ତମାନ ନୂଆ ମୁହଁ ନେବାକୁ ଚାହୁଁଛି।
ଏଆଇସିସି ସମ୍ପାଦକ ଥିବା ଅନେକ ନେତା ବର୍ତମାନ ମହାରାଷ୍ଟ୍ର ଉଦ୍ଧବ ଥାକରେ ସରକାରରେ ମନ୍ତ୍ରୀ ହୋଇଛନ୍ତି। ସେହିଭଳି ମହାରାଷ୍ଟ୍ର କଂଗ୍ରେସର ସଭାପତି ଥିବା ବଲାସାହେବ ଥୋରାଟ ଏବେ ରାଜ୍ୟରେ ମନ୍ତ୍ରୀ ହୋଇଛନ୍ତି। ତାଙ୍କ ସ୍ଥାନରେ ନୂଆ ସଭାପତି ମନୋୟନ ହେବାର ସମ୍ଭାବନା ଅଛି।
ତେବେ ବର୍ତମାନ ସମ୍ପାଦକ ଓ ରାଜ୍ୟ ସଭାପତିଙ୍କ ପରିବର୍ତନ ହେବାର ସମ୍ଭାବନା ଦଳୀୟ ରାଜନୀତିକୁ ସରଗରମ କରିଛି।
ଓଡ଼ିଶାର ଏଆଇସିସି ସମ୍ପାଦକ ଥିବା ଶରତ ରାଉତ ପଶ୍ଚିମବଙ୍ଗ ଓ ଅଣ୍ଡାମାନ ନିକୋବର ଦାଇତ୍ଵରେ ଅଛନ୍ତି । ସେହିଭଳି ଅନ୍ୟତମ ସମ୍ପାଦକ ବିଶ୍ୱ ରଞ୍ଜନ ମହାନ୍ତି ଗୁଜରାଟ ରାଜ୍ୟ ଏବଂ ଦଦରା, ନଗର ହବେଲି, ଦମନ ଓ ଡିଉ କେନ୍ଦ୍ର ଶାସିତ ଅଂଚଳ ଦାଇତ୍ଵରେ ଅଛନ୍ତି। ଭାଗ୍ୟ କଣ ହେବ ଏହି ଅଦଳବଦଳ ସମୟରେ ଜଣା ପଡ଼ିବ।