ରାଜନୀତି

କଂଗ୍ରେସ ଛାଡିଲେ ୩ ପୂର୍ବତନ ବିଧାୟକ

Published

on

ଭୁବନେଶ୍ୱର ୨୭/୩ : କଂଗ୍ରେସ ଛାଡିଲେ ୩ଜଣ ପୂର୍ବତନ ବିଧାୟକ । ଦଳ ଅଣଦେଖା କରିଥିବା ଅଭିଯୋଗ କରି କଂଗ୍ରେସ ଛାଡିଛନ୍ତି କଳାହାଣ୍ଡିର ୩ ବରିଷ୍ଠ ତଥା ପୂର୍ବତନ ବିଧାୟକ । ତେବେ ପିସିସି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜୁନାଗଡର ପୂର୍ବତନ ବିଧାୟକ ଗୋବର୍ଧନ ଦାସ, ନର୍ଲାର ପୂର୍ବତନ ବିଧାୟକ କୁମରମଣି ଶବର ଏବଂ ଧର୍ମଗଡର ପୂର୍ବତନ ବିଧାୟକ ଯୁଗରାମ ବେହେରା । ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ, ଦୀର୍ଘ ଦୁଇ ଦଶନ୍ଧି ଧରି ଅନେକ ବାଧା, ବିଘ୍ନ, ପ୍ରତିଘାତ ସହି ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଶୃଂଖଳିତ କର୍ମୀ ଭାବରେ ଦୀର୍ଘ ଦିନରୁ ସଂଘର୍ଷ କରି ଦଳକୁ ମଜବୁତ କରିବାରେ ସହାୟକ ହୋଇ ଆସୁଥୁଲୁ ।
ଖାଲି ଏତିକି ନୁହେଁ , ଜୋନ ସଭାପତିମାନଙ୍କୁ ଜବରଦସ୍ତି ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଅନଭିଜ୍ଞ ଲୋକଙ୍କ ନାଁ ସୁପାରିଶ ପତ୍ରରେ ଉଲ୍ଲେଖ କରି ହାଇକମାଣ୍ଡ ନିକଟକୁ ପ୍ରେରଣ କରାଯାଇଥିଲା । ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁହଦିନ ଧରି ସ୍ଥାନୀୟ ନେତୃତ୍ୱ ପାଇଁ ସାଧାରଣରେ ଦାବି ହେଉଥିଲେ ମଧ୍ୟ ସୁଦୁର ଭବନୀପାଟଣାଠାରୁ ପ୍ରାର୍ଥୀ ଆମଦାନୀ କରି ଆମ ଏହି ନିର୍ବାଚନ ମଣ୍ଡଳି ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରାଯାଇଛି, ଯାହାକି କର୍ମୀ ମହଲରେ ତିବ୍ର ଅସନ୍ତୋଷ ସୃଷ୍ଟି କରିବା ସହ ସ୍ଥାନୀୟ ଏବଂ ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ଏପରିକି କଳାହାଣ୍ଡି ଜିଲ୍ଲାରେ ବିଧାୟକ ପ୍ରାର୍ଥୀ ଚୟନରେ ସାଂସଦ ପ୍ରାର୍ଥୀ ନିଜର ପୁଅ ଏବଂ ତାଙ୍କର ଅନୁଗତ ଥିବା ଲୋକଙ୍କୁ ପ୍ରାର୍ଥୀ କରୁଛନ୍ତି । ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ପ୍ରାର୍ଥୀ ଦିଆଯାଉଥିବା ବେଳେ ଦଶନ୍ଧି ଦଶନ୍ଧି ଧରି ଦଳ ପ୍ରତି ଅନୁଗତ ରହି ଦଳ ପାଇଁ ସେବା କରିଆସୁଥିବା ବରିଷ୍ଠ ନେତୃତ୍ୱ ନେଉଥିବା କର୍ମୀଙ୍କୁ ଦଳ ଉପେକ୍ଷା କରିଛି ବୋଲି ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version