ରାଜନୀତି

କଂଗ୍ରେସ ଛାଡ଼ିବେନି ନବ ଦାସ

Published

on

ଭୁବନେଶ୍ୱର ୧୫/୧୨ : ବିଧାୟକ ନବ ଦାସ କଂଗ୍ରେସ ଛାଡ଼ିବେ ନାହିଁ । ସେ ନିଜେ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ସ୍ପଷ୍ଟ କରିଦେଇଛନ୍ତି । ସେ କହିଛନ୍ତି ଯେ, ଛାତ୍ର ଜୀବନରୁ ସେ କଂଗ୍ରେସରେ ରହି ଆସିଛନ୍ତି । ଦଳ ମଧ୍ୟ ତାଙ୍କୁ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦେଇଛି । ଦଳ ଦେଇଥିବା ଦାୟିତ୍ୱ ସେ ନିଷ୍ଠାର ସହ ତୁଲାଇବେ । ସେ ବିଜେଡ଼ିରେ ଯୋଗ ଦେବାନେଇ କିଛିଦିନ ଧରି ରାଜନୈତିକ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଆସିଥିଲା । ତାଙ୍କର ଏହି ବିବୃତ୍ତି ପରେ ସେଥିରେ ପୁର୍ଣ୍ଣଛେଦ ପଡ଼ିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version