ଭୁବନେଶ୍ୱର ୧୯/୩ : ପ୍ରାର୍ଥୀ ତାଲିକା ନେଇ ତାରାଙ୍କ ବିରୋଧ ପରେ ଏବେ କଂଗ୍ରେସ ଛାଡ଼ିଛନ୍ତି କଂଗ୍ରେସର ବରିଷ୍ଠ ନେତା ସାଧୁ ନେପାକ । ଟିକେଟ ନମିଳିବାରୁ ଇସ୍ତଫା ଦେଇଥିବା କଥା ସ୍ପଷ୍ଟ କରିଛନ୍ତି । ତେବେ କେଉଁ ଦଳକୁ ଯିବେ ସାଧୁ ନେପାକ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ସାଧୁ ।
କଂଗ୍ରେସରୁ ଇସ୍ତଫା ଦେଲେ ସାଧୁ ନେପାକ୍ । ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଆଜି ଆଜି ହାତ ଛାଡ଼ିଛନ୍ତି । ୨୦୦୯ରେ ବରଗଡ଼ରୁ ନିର୍ବାଚିତ ହୋଇଥିଲେ ସାଧୁ ନେପାକ୍ । କଂଗ୍ରେସର ଦୁର୍ଦ୍ଦିନ ସମୟରେ ନିର୍ବାଚନ ଜିତିଥିଲେ ବି ମୋତେ ହତାଦର କରାଯାଇଛି ବୋଲି କହିଛନ୍ତି ସାଧୁ । ସବୁବେଳେ ଦଳ ପାଇଁ କାମ କରିଛି । ଲୋକଙ୍କୁ ଏକଜୁଟ କରିଛି । ମୋ ଉରେ ଭରସା କରି ହଜାର ହଜାର କର୍ମୀ କଂଗ୍ରେସରେ ଯୋଗଦେଇଥିଲେ । ଏବେ ଟିକେଟ ନମିଳିବାରୁ ମୋ ଉପରେ ପ୍ରଶ୍ନ କରୁଛନ୍ତି କର୍ମୀ । ଟିକେଟ ବଂଟନରେ ଷଡ଼ଯନ୍ତ୍ର କରିଛି ଦଳ । ଉପଯୁକ୍ତ ପ୍ରାର୍ଥୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ ମିଳିନି ।
ଯେଉଁ ମାନଙ୍କୁ ଟିକେଟ ମିଳିଛି ସେମାନଙ୍କର ଲୋକ ସମ୍ପର୍କ ନାହିଁ । ଦଳ ପ୍ରତ ତାଙ୍କର ବିଶ୍ୱସ୍ତତା ନାହିଁ । ମୋ ପ୍ରତି ଦଳ ଅନ୍ୟାୟ କରିଛି । ଯାହାର ପ୍ରତିବାଦ କରି ମୁଁ ଇସ୍ତଫା ଦେବାପାଇଁ ବାଧ୍ୟ ହୋଇଛି ବୋଲି କହିଛନ୍ତି ସାଧୁ ନେପାକ୍ ।