ଭୁବନେଶ୍ୱର ୧୮ : କଂଗ୍ରେସ ହାଇମାଣ୍ଡ ରାଜ୍ୟର ଗୋଟିଏ ସ୍ଥାନରେ ଜନ ସମାବେଶ କରିବା ନେଇ ଆପାତତଃ ସ୍ଥିର ହୋଇଛି । ବରଗଡ଼ କିମ୍ବା ଜୟପୁରରେ ସମାବେଶ ହୋଇପାରେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କଂଗ୍ରେସ ଭବନରେ ଆୟୋଜିତ ପିସିସି ଇସ୍ତାହାର କମିଟି ବୈଠକକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । କହିଛନ୍ତି ଯେ, ଛତିଶଗଡ଼ ଇସ୍ତାହାର ମଡ଼େଲକୁ ଓଡ଼ିଶା ପିସିସି ଆପଣାଇଛି । ତେଣୁ ପଞ୍ଚାୟତରୁ ପଞ୍ଚାୟତ ଲୋକଙ୍କ ପାଖରେ ପହଁଚିବାକୁ ପ୍ରୟାସ କରୁଛି କଂଗ୍ରେସ ।
ବର୍ତ୍ତମାନ ଓଡ଼ିଶାରେ ସବୁଠାରୁ ବଡ଼ ସମସ୍ୟା ଚାଷୀ ଓ ବେକାରୀ । ଏହାକୁ ଦୂର କରିବା ସହ ଓଡ଼ିଶାକୁ ବିକାଶ ଦିଗରେ ଆଗେଇନେବା ପାଇଁ କଂଗ୍ରେସ ପ୍ରତିଶ୍ରୁତି ବଦ୍ଧ । କଂଗ୍ରେସ ଅଧ୍ୟକ୍ଷଙ୍କ ନେତୃତ୍ୱ ସରକାର ପୂର୍ବ ନିଷ୍ପତିକୁ ଯେଉଁଭଳି ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ପାଳନ କରି ଚାଷୀ ଓ ବେକାରୀ ଯୁବକ ଯୁବତୀଙ୍କ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା କଂଗ୍ରେସ ପ୍ରତିଜ୍ଞାକୁ ପ୍ରକାଶ କରିଛି ।
ଛତିଶଗଡ଼ ଇସ୍ତାହାରକୁ ଆପଣାଇ ରାଜ୍ୟର ବିକାଶ କେଉଁ କାର୍ୟ୍ୟକ୍ରମ ଦ୍ୱାରା ହୋଇପାରିବ ତାହାର ନିଷ୍ପତି ନେବ କଂଗ୍ରେସ । ଲୋକମାନଙ୍କ ମତ ନେଇ ଓଡ଼ିଶାର ବିକାଶ କରିବ କଂଗ୍ରେସ । କାରଣ କଂଗ୍ରେସ ଯାହା କହେ ତାହା ହିଁ କରେ । ଏନେଇ ପୂର୍ବରୁ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉଦାହରଣ ଦେଖାଇଛି କଂଗ୍ରେସ । ଲୋକମାନଙ୍କର ବିଶ୍ୱାସ ଏବେ କଂଗ୍ରେସ ପ୍ରତି ପୂର୍ନବାର ଦୃଢ଼ିଭୁତ ହେଲାଣି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଓଡ଼ିଶାରେ ସରକାର ଗଢ଼ିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।