ଦେଶ ବିଦେଶ

କଂଗ୍ରେସ ସହ ଭାଙ୍ଗିପାରେ ଜେଡିଏସ ମେଣ୍ଟ

Published

on

କର୍ଣ୍ଣାଟକ ୨୧/୬ : କୌଣସି ବି ମୁହୂର୍ତ୍ତରେ ଭାଙ୍ଗିଯାଇପାରେ ମେଣ୍ଟ ସରକାର । ପୁଣି ଥରେ ହୋଇପାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କଂଗ୍ରେସ ସହ ମେଣ୍ଟ କରି ସରକାର ଗଢ଼ିଥିବା ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡା । କଂଗ୍ରେସର ବ୍ୟବହାର ଜନତା ଠଉରାଇ ପାରିଛନ୍ତି । ଚାଲିଥିବା ସରକାର କେବେ ପର‌୍ୟ୍ୟନ୍ତ ଚାଲିବ ତାହା କହିହେବ ନାହିଁ । ଏପରିକି ସେ ମେଂଟ ସରକାର ହେଉ ବୋଲି ଚାହୁଁନଥବା କଥା ପ୍ରକାଶ କରିଛନ୍ତି ଦେବେଗୌଡା ।
ତେବେ କଂଗ୍ରେସ ତାଙ୍କ ପାଖକୁ ଆସି ମେଂଟ କରିବାକୁ ଓ ତାଙ୍କ ପୁଅକୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହି ପ୍ରସ୍ତାବ ଉପରେ କଂଗ୍ରେସର ସମସ୍ତ ନେତାଙ୍କର ସହମତି ଥିଲା କି ନାହିଁ ତାହା ତାଙ୍କୁ ଜଣାନଥିଲା । ସେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ତାଙ୍କ ଦଳ ତରଫରୁ କୌଣସି ବିପଦ ନାହିଁ କିନ୍ତୁ ସରକାର କେବେ ଯାଏ ତିଷ୍ଠିବ ତାହା କଂଗ୍ରେସର ହାତରେ ଅଛି ବୋଲି ସେ କହିଛନ୍ତି ।
ଦେବେଗୌଡାଙ୍କ ଏହି ବୟାନ ଉପରେ ପ୍ରତିକ୍ରିୟା ରଖି କୁମାରସ୍ୱାମୀ କହିଛନ୍ତି ତାଙ୍କ ପିତାଙ୍କ କଥାକୁ ଭୁଲ ଭାବରେ ପ୍ରସାରଣ କରାଯାଉଛି । ସେ ଏହା ପଂଚାୟତ ନିର୍ବାଚନ ପ୍ରସଙ୍ଗରେ କହିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ତଥା ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତି କୁମାରସ୍ୱାମୀ ସରକାର ଭାଙ୍ଗିଗଲେ ମଧ୍ୟ ମଧ୍ୟବର୍ତୀକାଳିନ ନିର୍ବାଚନ ହେବ ନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version