କଟକ : କଟକ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ଛକରେ ଏକ କାର ଉପରକୁ ଗୁଳିମାଡ ହୋଇଛି । ଏହା ସହିତ କାରରେ ଥିବା ମହିଳାମାନଙ୍କ ଠାରୁ ସୁନା ଟଙ୍କା ବ୍ୟାଗ ଲୁଟ ହୋଇଛି । ଏହା ସହିତ କାରରେ ଥିବା ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ଗୁରୁତ୍ୱର ଅବସ୍ଥାରେ ସେମାନଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ମଧୁସୂଦନ ସେତୁ ଦେଇ ଯାଉଥିବା ବେଳେ ନୂଆପାଟଣା ଛକ ନିକଟରେ ଗୋଟିଏ ବାଇକରେ ଦୁଇଜଣ ଦୁର୍ବୃତ୍ତ ଆସି କାରକୁ ଅଟକାଇଥିଲେ । ଜଣେ ଡ୍ରାଇଭରର କାନ ପାଖରେ ଗୁଳି ଫୁଟାଇଥିଲେ । ଏହା ପରେ ଅନ୍ୟ ଦୁଇଜଣ ବାଇକରେ ଆସି ଜଣେ ଆସି ପଛରେ ବସିଥିବା ମହିଳାମାନଙ୍କଠାରୁ ସୁନା ଟଙ୍କା ଲୁଟ କରିଥିଲେ । ଖବର ପାଇ ପୋଲିସ ଆସି ସେମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ ।