କଟକ ୧୭/୪ : କଟକରେ ନବୀନଙ୍କ ରୋଡ ସୋ’ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ନବୀନ । ବିଜେଡି ସୁପ୍ରିମୋଙ୍କ ଟିକିଏ ଝଲକ ପାଇବା ପାଇଁ କଟକ ବିଭିନ୍ନ ଛକରେ ଲୋକଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଅପରାହ୍ନ ୪.୩୦ରୁ ନବୀନଙ୍କ ଏହି ମେଗା ରୋଡ ସୋ’ ଆରମ୍ଭ ହୋଇଥିଲା । ଆଉ ବିଭିନ୍ନ ଛକରେ ବସ ଅଟକିବା କ୍ଷଣି ଏହା ମଧ୍ୟରୁ ବାହାରି ଲୋକଙ୍କୁ ସମ୍ବୋଧନ କରିଥିଲେ ନବୀନ । କଟକ-ବାରବାଟୀ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ, କଟକ-ଚୌଦ୍ୱାର ପ୍ରାର୍ଥୀ ସୌଭିକ ବିଶ୍ୱାଳ, କଟକ-ସଦର ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରା ପାଇଁ ପୂରା ସହର ବୁଲି ନବୀନ ଭୋଟ ମାଗିଥିବା ବେଳେ ବିଜେଡି କର୍ମୀଙ୍କ ମନରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ଏହାପୂର୍ବରୁ ବିଜେଡି ସୁପ୍ରିମୋ ମୟୁରଭଞ୍ଜ କରଞ୍ଜିଆ, କେନ୍ଦୁଝର ଜିଲ୍ଲାର ପାଟଣା, ତେଲକୋର, ଘଷିପୂରା ଓ ଆନନ୍ଦପୁରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। କେନ୍ଦୁଝରରେ ନିର୍ବାଚନ ପ୍ରଚାର ସାରି ନବୀନ ନରାଜ ହେଲିପ୍ୟାଡରେ ଓହ୍ଲାଇ ଥିଲେ। ଏହାପରେ ହାଇଟେକ ବସରେ କଟକ ଆସିଥିଲେ। କଟକର ସିଡିଏ, ସତୀଚଉରା ଦେଇ ଚଣ୍ଡୀଛକ ଯିବେ।