ରାଜ୍ୟ

କଟକରେ ବାର୍ଡ ଫ୍ଲୁ : ୩ମାସ ପର‌୍ୟ୍ୟନ୍ତ କୁକୁଡା ବିକ୍ରି ନିଷେଧ

Published

on

କଟକ ୩୦/୩ : କଟକରେ ବାର୍ଡ ଫ୍ଲୁ ଆତଙ୍କ । ସହରରେ ଥିବା ବିଭିନ୍ନ ଚିକେନ ସେଂଟରେ ନୋଟିସ ଲଗାଇଛି ଫୁଡ ସେଫ୍ଟି କର୍ମଚାରୀ । ୩ମାସ ପର‌୍ୟ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷେଧାଦେଷ ଜାରି କରାଯାଇଛି । କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସତର୍କତାମୂଳକ ପଦକ୍ଷେପ ସୂରୂପ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏହା ସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version