ଭୁବନେଶ୍ୱର ୧୨/୧ : ଆସନ୍ତା ୨୫ ତାରିଖରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେବେ ସେ କଟକ ବଦଳରେ ଭୁବନେଶ୍ୱରରେ ସଭା କରିବେ । ଅବଶ୍ୟ ଏହି ସଭା ତମାଣ୍ଡେ । କିମ୍ବା ବରମୁଣ୍ଡା ପଡ଼ିଆରେ ହେବ ତାହା ଏପର୍ଯ୍ୟନ୍ତ ଚୂଡାନ୍ତ ହୋଇନାହିଁ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ରାହୁଲ ୨୫ ତାରିଖ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ସାଧାରଣ ସଭା ସହ ସେ ସିଭିଲ ସୋସାଇଟି, ଚାଷୀ ଓ ହାଲ ପ୍ରତିନିଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।