କଟକ ୮/୩ : ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡିହୋଇ ନଷ୍ଟ ହୋଇଯାଇଛି । ଆଜି ସକାଳେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ହସ୍ପିଟାଲର ପାଥୋଲୋଜି ବିଭାଗରେ ନିଆଁ ଲାଗିଯାଇଛିା । ଏଥିରେ ବିଭାଗର ଦୁଇଟି କୋଠରୀ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କୋଠରୀରେ ଥିବା ଅନେକ ସରଞ୍ଜାମ ସମେତ ଅନେକ ଆସବାବପତ୍ର ପୋଡି ହୋଇ ପାଉଁଶ ହୋଇଯାଇଛି । ପ୍ରାୟ ୧୦ଟି ଏସି, ଅନେକ ମେଡିକାଲ ସାମଗ୍ରୀ ପୋଡିଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହେଇ ନଥିବା ଖବର ମିଳିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସର୍ଟ ସର୍କିଟରୁ ଏହା ହୋଇଥିବା ସନ୍ଦେହ କରାଯାଉଛି ।