କଟକ ୩/୪ : କଟକ ଲୋକସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ୩ ହେଭିୱେଟ । ବିଜେଡି ପ୍ରାର୍ଥୀ ଭର୍ତୃହରି ମହତାବ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ନାମାଙ୍କନ କରିଥିଲେ । ୧୧୯୮ ମସିହାରୁ ସେ କଟକ ଲୋକସଭା ଆସନରୁ ଲଗାତାର ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଗତଥର ସେ ଏଠାରେ ବଡ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏଥର ମଧ୍ୟ ବିଜେଡି ତାଙ୍କ ଉପରେ ଆସ୍ଥାପ୍ରକଟ କରି ଟିକେଟ ଦେଇଛି ।
କଟକ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେପି କର୍ମକର୍ତା ଙ୍କ ସହ ରାଲିରେ ସେ ଆଜି ପ୍ରାର୍ଥୀପତ୍ର ଭରିଥିଲେ । ବରିଷ୍ଠ ଆଇପିଏସ ପ୍ରକାଶ ମିଶ୍ର ଗତ କିଛିଦିନ ତଳେ ବିଜେପିରେ ମିଶିବା ପରେ କଟକ ଲୋକସଭା ପାଇଁ ଦଳ ତାଙ୍କୁ ଟିକେଟ ଦେଇଛି ।
ସେହିପରି କଂଗ୍ରେସ ପକ୍ଷରୁ କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ପଂଚାନନ କାନୁନଗୋ । ସେ ଗତ ଜାନୁଆରୀରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଥିଲେ । ଏହା ପରେ କଟକରୁ ତାଙ୍କୁ ଟିକେଟ ଦେଇଛି କଂଗ୍ରେସ । ଗତଥର ଏଠାରୁ କଂଗ୍ରେସ ଅପରାଜିତା ମହାନ୍ତିଙ୍କୁ ଟିକେଟ ଦେଇଥିଲା । ସେ ତୃତୀୟ ସ୍ଥାନରେ ଥିଲେ ।