ରାଜ୍ୟ

କଟକ ଷ୍ଟେସନରେ ପହଞ୍ଚିଲା ଖାଇବା ତେଲ

Published

on

କଟକ: କରୋନା ଭୁତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ ଡାଉନ ସତ୍ୱେ ରେଲ ମନ୍ତ୍ରଣାଳୟ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଲୋକମାନଙ୍କ ପାଖରେ ଅତ୍ୟାବଶ୍ୟକ ଜିନିଷ ପହଞ୍ଚାଇବାକୁ କ୍ରମାଗତ ଭାବେ ସୁନିଶ୍ଚିତ କରୁଅଛି । ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବା ପାଇଁ ପାର୍ସଲ ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଅଛି ।
ଅତ୍ୟାବଶ୍ୟକ ଜିନିଷ ଯଥା ଫଳ, ପନିପରିବା, ଦୁଗ୍ଧ ଗୁଣ୍ଡ, ଚିନି, ଔଷଧ ଏବଂ ଖାଇବା ତେଲ ଇତ୍ୟାଦି ପରିବହନ କରି ଲୋକମାନଙ୍କର ଜରୁରୀ ଦ୍ରବ୍ୟକୁ ପାର୍ସଲ ଏକ୍ସପ୍ରେସ ଚଳାଚଳ ଦ୍ୱାରା ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରିରଖିଛି ।

ଆଜି ପଶ୍ଚିମ ବଙ୍ଗ ହଳଦିଆ ପୋତାଶ୍ରୟ ଠାରୁ ପାର୍ସଲ ଏକ୍ସପ୍ରେସ ଦ୍ୱାରା ୯୬ ହଜାର ୨୧୩ କାର୍ଟୁନ (ଯାହାର ଆନୁମାନିକ ଓଜନ ହାରାହାରି ୯୧୯ ଟନ) ଖାଇବା ତେଲ କଟକ ଷ୍ଟେସନ ଠାରେ ପହଞ୍ଚିଛି ।

” ଆପଣ ଘରେ ରୁହନ୍ତୁ, – ସୁରକ୍ଷିତ ରୁହନ୍ତୁ , ଆମେ ଆପଣଙ୍କ ନିକଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବୁ ” ଭଳି ଅବଧାରଣକୁ ସଫଳ କରିବାକୁ ପୂର୍ବତଟ ରେଳପଥର ଅବିଦିତ ଯୋଦ୍ଧାମାନେ ଦିବାରାତ୍ର କର୍ତବ୍ୟରତ ।

Leave a Reply

Your email address will not be published. Required fields are marked *

Trending

Exit mobile version