ଆଇନ କାନୁନ

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୩ ଦୋଷୀଙ୍କୁ ଆଜୀବନ, ୩ ପୋଲସକର୍ମୀଙ୍କୁ ୫ ବର୍ଷ ଜେଲ୍

Published

on

ପଠାନକୋର୍ଟ ୧୦/୬ : କଠୁଆରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଆଜି ଶୁଣାଣି ହୋଇଛି । ବଞ୍ଜାରା ସଂପ୍ରଦାୟର ଜଣେ ୮ ବର୍ଷୀୟା ନାବାଳିକା ସହିତ ଦୁଷ୍କର୍ମ କରିଥିବା ମୋଟ୍ ୭ ମଧ୍ୟରୁ ୬ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପଠାନକୋର୍ଟ ଅଦାଲତରେ ମୁଖ୍ୟ ଅଭିଯୁକ୍ତ ସାଞ୍ଜି ରାମ ସମେତ ଅନ୍ୟ ପାଂଚ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛି ।
ଏହି ମାମଲାର ଶୁଣାଣି ବନ୍ଦ କୋଠରୀରେ ଜୁନ ୩ରେ ଶେଷ ହୋଇଥିଲା । ମାତ୍ର ଫଇସଲାକୁ ଅପେକ୍ଷା କରାଯାଇଥିଲା। ଶୁଣାଣି ବେଳେ ଜିଲ୍ଲା ଦୌରାଜଜ ତେଜିନ୍ଦର ସିଂହ ଘୋଷଣା କରିଥିଲେ ଯେ, ଜୁନ ୧୦ରେ ଫଇସଲା ଶୁଣାଯାଇପାରେ । ପୁଲିସ୍ ଅଧିକାରୀ କହିଛନ୍ତି, କଠୁଆ ରାୟ ଆସିବା ପୂର୍ବରୁ ଅଦାଲତ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୧୫ ପୃଷ୍ଠା ସମ୍ବଳିତ ଅଭିଯୋଗ ଅନୁସାରେ ଗତ ବର୍ଷ ଜାନୁଆରୀ ୧୦ ତାରିଖରେ ୮ ବର୍ଷୀୟା ନାବାଳିକାକୁ ଅପହରଣ କରାଯାଇଥିଲା । ନାବାଳିକାକୁ ଏକ ମନ୍ଦିର ନିକଟକୁ ନିଆଯାଇ ଅମାନୁଷିକ ଭାବେ ଦୁଷ୍କର୍ମ କରାଯାଇଥିଲା । ତାକୁ ୪ ଦିନ ଯାଏଁ ଅଚେତ ଅବସ୍ଥାରେ ରଖାଯିବା ପରେ ହତ୍ୟା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version