ରାଜ୍ୟ

କନ୍ଧମାଳ ବନ୍ଦ, ଜୀବନଯାତ୍ରା ବ୍ୟାହତ

Published

on

ଦାରିଙ୍ଗବାଡ଼ି ୧୭/୧ : ଦାରିଙ୍ଗବାଡ଼ି ସେବାଶ୍ରମ ସ୍କୁଲରେ ଜଣେ ଛାତ୍ରୀଙ୍କ ଅବିବାହିତ ମାତୃତ୍ୱକୁ ନେଇ ଦେଖାଦେଇଥିବା ଅସନ୍ତୋଷ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ଏହି ଘଟଣାର ପ୍ରତିବାଦରେ ଆଜି କନ୍ଧମାଳ ଜିଲ୍ଲା ବନ୍ଦ କରାଯାଇଛି । ଏହି ୧୨ ଘଣ୍ଟିଆ ବନ୍ଦକୁ ବିଜେପି ସମର୍ଥନ ଜଣାଇଛି । ବନ୍ଦ ଯୋଗୁ ବାଲିଗୁଡ଼ା, ରାଇକିଆ, ଦାରିଙ୍ଗବାଡ଼ି ସହ ଜିଲ୍ଲାର ବିଭିନ୍ନ ସହରରେ ଜୀବନଯାତ୍ରା ବହୁ ଅଂଶରେ ବ୍ୟାହତ ହୋଇଥିଲା । ଦୋକାନବଜାର ବନ୍ଦ ରହିଥିବାବେଳେ ଗାଡ଼ି ଚଳାଚଳ ମଧ୍ୟ କରିନଥିଲା । ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଥିଲେ । ଛାତ୍ରୀନିବାସ ଘଟଣାର ବିଚାର ବିଭାଗୀୟ ତଦନ୍ତ, ପୀଡିତାଙ୍କୁ କ୍ଷତିପୂରଣ, ଦୁଇମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ରମେଶ ଚନ୍ଦ୍ର ମାଝୀ ଏବଂ ଜିଲ୍ଲାପାଳଙ୍କ ଇସ୍ତପା ଦାବିରେ ଏହି ବନ୍ଦ ପାଳନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version