ଅପରାଧ

କନ୍ୟାଶ୍ରମରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

Published

on

ସୁନ୍ଦରଗଡ ୧୧/୩ : ସୁନ୍ଦରଗଡ ସ୍ଥିତ ବଡଗାଁ ତୁଡାଲଗା କନ୍ୟାଶ୍ରମରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଲକ୍ଷ୍ମୀନାରାୟଣ ସେନାପତି ଅସଦାଚରଣ କରିଥିବା ଅଭିଯୋଗ ଆସିଛି । ପୋକ୍ସ ଆଇନ ବଳରେ ଲକ୍ଷ୍ମୀନାରାୟଣଙ୍କୁ ବଡଗାଁ ପୋଲିସ ଗିରଫ କରିଛି ।
ସୂଚନାନୁସାରେ , ପ୍ରଧାନ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟିର ଶୀକାର ହୋଇଛନ୍ତି ଜଣେ ଛାତ୍ରୀ ।ସୁନ୍ଦରଗଡ ଜିିଲ୍ଲା ବଡଗାଁ ତୁଡାଲଗା କନ୍ୟାଶ୍ରମରେ ଜଣେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି । ଏହି ଅସଦାଚରଣ କରିଛନ୍ତି କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସେନାପତି । ଏ ନେଇ ଛାତ୍ରୀ ଜଣକ ଏତଲା ଦେବା ପରେ ପୋଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ବଡଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ପୋକ୍ସ ଆଇନ ଆଧାରରେ ଅଭିଯୁକ୍ତ ପ୍ରଧାନଶିକ୍ଷକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version