ଦେଶ ବିଦେଶ

କନ୍ୟା ଶୋଭାଯାତ୍ରାରେ ମାଡ଼ିଗଲା ଟ୍ରକ୍ : ୧୩ ମୃତ, ୧୯ ଗୁରୁତର

Published

on

ପ୍ରତାପଗଡ଼ ୧୯/୨ : ସୋମବାର ବିଳମ୍ବିତ ରାତ୍ରିରେ ପ୍ରତାପଗଡ଼ ୧୧୩ ନଂ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ରାସ୍ତାରେ ଏକ କନ୍ୟା ଶୋଭାଯାତ୍ରା ଯାଉଥିବାବେଳେ ଏକ ଟ୍ରକ୍ ମାଡ଼ିଯିବାରୁ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ୧୯ ଜଣମ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁସାରେ ଛୋଟିସାଦ୍ରି ଥାନାଠାରୁ ୭ କିଲୋମିଟର ଦୂରରେ ୧୧୩ ନଂ ଜାତୀୟ ରାଜପଥରେ ଗାଡ଼ୋଲିଆ ଲୋହାର ସମାଜର ଲୋକମାନେ ପ୍ରଥା ଅନୁଯାୟୀ କନ୍ୟାକୁ ଘୋଡାରେ ବସାଇ ବଧୂ ପକ୍ଷର କାର୍ଯ୍ୟକ୍ରମ କରୁଥିଲେ । ଏହି ଶୋଭାଯାତ୍ରାକୁ ଲୋକେ ଉପଭୋଗ କରୁଥିବାବେଳେ ଏକ ଟ୍ରକ୍ ଦ୍ରୁତଗତିରେ ଆସି କ ଏହି ଶୋଭାଯାତ୍ରା ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଧ୍ୟରେ ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version