ଦେଶ ବିଦେଶ

କମ୍ପ୍ୟୁଟର ତଥ୍ୟ ଯାଂଚ ପାଇଁ ୧୦ ସଂସ୍ଥାକୁ ଅନୁମତି

Published

on

ନୂଆଦିଲ୍ଲୀ ୨୧/୧୨ : ଏଣିକି କେନ୍ଦ୍ରସରକାରଙ୍କ ତଦନ୍ତକାରୀ ସଂସ୍ଥା ଯେ କୋ÷ଣସି ବ୍ୟକ୍ତି ବା ସଂସ୍ଥାର ତଥ୍ୟ ଯାଂଚ କରିପାରିବେ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଶୁକ୍ରବାର ୧୦ଟି ତଦନ୍ତକାରୀ ସଂସ୍ଥାକୁ ଏହି ଅନୁମତି ଦେଇଛି । ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରକାଶ କରିଛି । ଯାଂଚ ଅଧିକାର ପାଇଥିବା ସଂସ୍ଥାଗୁଡ଼ିକ ହେଲେ ସିବିଆଇ, ଏନଆଇଏ, ର, ଡିଏସଆଇ, ଆଇବି, ଏନସିବି, ସିବିଡିଟି, ଡିଆରଆଇ ଓ ଦିଲ୍ଲୀ ପୋଲିସ । ସରକାରଙ୍କ ଏହି ପଦକ୍ଷେପକୁ କେତେକ ମହଲରେ ସ୍ୱାଗତ କରାଯାଇଥି ହେଁ, ଅନ୍ୟ କେତେକଙ୍କ ପକ୍ଷରୁ ଏହାର ତୀବ୍ର ସମାଲୋଚନା କରାଯାଇଛି । ଏହାଦ୍ୱାରା ନାଗରିକର ବ୍ୟକ୍ତିଗତ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version