Connect with us

ଭୁବେନଶ୍ୱର: ଓଡିଶାର ୧୨ଟି ରାଜନୈତିକ ବିରୋଧି ଦଳ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍ ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ବିଫଳତା ଓ ବ୍ୟାପକ ଦୁର୍ନୀତି ତଥା ଜନସାଧାରଣଙ୍କର ଜୀବନ ଜୀବିକାର ଦୁର୍ବିସହ ଅବସ୍ଥାକୁ ନେଇ ସେମାନଙ୍କର ପ୍ରତିବାଦ ଜଣାଇଛନ୍ତି ।

ଦଳର ନେତୃବୃନ୍ଦ ଓ କର୍ମୀମାନେ ଏକାଠି ହୋଇ ଏହି ପ୍ରତିବାଦ କରିବା ସହିତ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳରେ ସର୍ବଶ୍ରୀ ସପ୍ତଗିରି ଉଲାକା, ଆଶିଷ କାନୁନ୍‌ଗୋ, ଅଳିକିଶୋର ପଟ୍ଟନାୟକ, ଯୁଧିଷ୍ଠିର ମହାପାତ୍ର, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିବରାମ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ କୁମାର, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ ପ୍ରମୁଖ ରାଜ୍ୟପାଳଙ୍କୁ ଦାବି ପତ୍ର ଦେବା ସହିତ ଦାବିଗୁଡିକ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।

କରୋନା ମୁକାବିଲା କରିବା କ୍ଷେତ୍ରରେ କୋଭିଡ୍ ଟେଷ୍ଟିଂ ଖୁବ୍ ଗୁରୁତ୍ୱ ବହନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ନଦେବା ଦୁର୍ଭାଗ୍ୟର ବିଷୟ । ଓଡିଶାର ମୁଖ୍ୟମନ୍ତ୍ରୀ ଦିନକୁ ୧୫ ହଜାର କୋଭିଡ୍ ଟେଷ୍ଟିଂ କରିବାର ଘୋଷଣା କରି ସେଥିରୁ ଓହରି ଯିବା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ କୋଭିଡ୍ ଟେଷ୍ଟିଂ ନକରି ଘରକୁ ପଠାଇ ଦେବା ମହାମାରୀ ସଂକ୍ରମଣକୁ ବଢାଇ ଚାଲିଛି । କ୍ୱାରେନ୍‌ଟାଇନ୍ ଅବଧି ପରେ ପ୍ରବାସୀ ଶ୍ରମିକମାନଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦେବାର ଘୋଷଣା କରି ସରକାର ସେଥିରୁ ପଛଘୁଂଚା ଦେଉଛନ୍ତି । ଓଡିଶା ଔଷଧ ନଗମରେ ଜିନିଷପତ୍ର କିଣାରେ ବ୍ୟାପକ ଦୁର୍ନୀତି ଏବଂ କେଳେଙ୍କାରୀ ଦେଖାଦେବା ଅତ୍ୟନ୍ତ ନିନ୍ଦନୀୟ ।

ଛୋଟ ବ୍ୟବସାୟୀ, ଉଠା ଦୋକାନୀ, ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ, କଳାକାର ଇତ୍ୟାଦିଙ୍କର ଜୀବିକା ତାଲା ବନ୍ଦ ଯୋଗୁଁ ଠପ୍ ହୋଇଯାଇଛି କହିଲେ ଚଳେ ।

ପ୍ରତିନିଧି ଦଳ ଉପରୋକ୍ତ ସମସ୍ୟାଗୁଡିକ ଉପରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ୧୭ ଦଫା ଦାବି ପୂରଣ ନିମନ୍ତେ ବିହୀତ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡିକ ଭିତରୁ ପ୍ରମୁଖ ଦାବିଗୁଡିକ ହେଉଛି ଆୟକର ଦେଉ ନଥିବା ଓଡିଶାର ସମସ୍ତ ପରିବାରକୁ ମାସିକ ୭୫୦୦ ଟଙ୍କା ଲେଖାଏଁ ୬ ମାସ ପାଇଁ ସିଧାସଳଖ ଆର୍ଥିକ ସହାୟତା, ୬ ମାସ ପର୍ଯ୍ୟନ୍ତ ପ୍ରତି ପରିବାରକୁ ୧୦ କିଲୋ ଚାଉଳ ଓ ୫ କିଲୋ ଡାଲି ଯୋଗାଇବା, ଚାଷୀମାନଙ୍କର ସମସ୍ତ ରବି ଫସଲକୁ ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କ୍ରୟ କରିବା ସହିତ ଖରିପ୍ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଏକର ପିଛା ୬୦ଟି ମଜୁରୀ ମନରେଗାରୁ ଭରଣା କରିବା, ଉଠା ଦୋକାନୀ, କଳାକାର ଇତ୍ୟାଦିଙ୍କୁ ୧୦ ହଜାର ଟଙ୍କାର ସହାୟତା ଦେବା, ସୂତାକଳ ସମେତ ରାଜ୍ୟରେ ବନ୍ଦ ହୋଇପଡିଥିବା କଳକାରଖାନାଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଓଡିଶା ଔଷଧ ନିଗମରେ ହେଉଥିବା ଦୁର୍ନୀତିର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଇତ୍ୟାଦି ଅର୍ନ୍ତଭୁକ୍ତ ।

ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦ୍‌ମୀ ପାର୍ଟି, ଅଲ୍ ଇଣ୍ଡିଆ ଫର୍‌ୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, ଏନ୍‌ସିପି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଭାଗ ନେଇଥିଲେ । ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ପ୍ରଦୀପ ମାଝୀ, ରାମଚନ୍ଦ୍ର ଖୁଂଟିଆ, ଜୟଦେବ ଜେନା, ଶରତ ରାଉତ, ସୁରେଶ କୁମାର ରାଉତରାୟ, ପଂଚାନନ କାନୁନ୍‌ଗୋ, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ବିପିନ୍ ଦାସ, ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା, ସନ୍ତୋଷ ଦାସ, ଅଭିରାମ ବେହେରା, ଜଗନ୍ନାଥ ମିଶ୍ର, ଅଶୋକ ପ୍ରଧାନ, ଜୟନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଆଲୋକ ମହାପାତ୍ର, ବିଜୟ କୁମାର ସାହୁ, ସୁବଳ ଚରଣ ସାହୁ, ପ୍ରମିଳା ବେହେରା, ରାଜେନ୍ଦ୍ର ପ୍ରସାଦ ବାରିକ, ସୁର ଜେନା, ପ୍ରଣବ ଛୋଟରାୟ, ସଂଜୟ ନାୟକ, ସୁବ୍ରତ ଲେଙ୍କା, ଅମୀୟ କୁମାର ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଷ୍ଣୁ ଚରଣ ବାରିକ, ଜ୍ୟୋତିଷ ସାହୁ, ପଦ୍ମାକର ଗୁରୁ, ଲିଙ୍ଗରାଜ ସାହୁ, ମୋହନ ଜେନା, ଦୀପକ ମହାପାତ୍ର, ସତ୍ୟବ୍ରତ ନାୟକ, ଅଜିତ୍ ମଙ୍ଗରାଜ, ବେଣୁଧର ଭୋଇ, ସୁଶାନ୍ତ ତ୍ରିପାଠୀ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ପଣ୍ଡା, ବିସ୍ମୟ ମହାପାତ୍ର, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଦେଓ ପ୍ରସାଦ, ନରେଶ ମହାନ୍ତି, ଦେବୀ ପ୍ରସାଦ ବାହାଲିଆ, ଜୟକୃଷ୍ଣ ମଲିଆ, ନିରୁପମା ପାତ୍ର, ବାଙ୍କନିଧି ବେହେରା, ରସିକ ପଟ୍ଟନାୟକ, ଦୀପକ ସାହୁ, ପ୍ରକାଶ ମିଶ୍ର, ବିଶ୍ୱଜିତ୍ ଦାସ, କହ୍ନେଇ ଚରଣ ସେଠୀ, ସତ୍ୟସ୍ମିତ ମହାନ୍ତି, ଯୋଗୀନାଥ ବାହୁବଳେନ୍ଦ୍ର, ନାରାୟଣ ଜେନା, ମାନସ ଆଚାର୍ଯ୍ୟ, ସରୋଜ ପରିଡା, ମନୋଜ ସାହୁ, ଶୈଳେନ୍ଦୁ ମଜୁମଦାର, ବିଜୟ ପ୍ରଧାନ, ବୁନା ମହାନ୍ତି, ଶାହାଦୁଲ୍ଲା, କୁଳମଣି ସାହୁ, ଦେବେନ୍ଦ୍ର ପ୍ରସାଦ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଆଜିର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Continue Reading
Click to comment

Leave a Reply

Your email address will not be published. Required fields are marked *

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions