ଅର୍ଥନୀତି

କରୋନା ଯୁଦ୍ଧ ଭିତରେ ଓଡିଶା ସରକାର ଦେଲେ 9000 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାଵକୁ ଅନୁମତି

Published

on

ଭୁବନେଶ୍ୱର: କରୋନା ଯୁଦ୍ଧର ବିଭୀଷିକା ଭିତରେ ଓଡିଶା ସରକାର ସୋମବାର 9100.29 କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ସ୍ବୀକୃତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇ ଲେବଲ କ୍ଲିଅରାନ୍ସ ଅଥରିଟି (HLCA) ବୈଠକରେ ଅଧ୍ୟକ୍ଷତା କରି 8850.19 କୋଟି ଟଙ୍କାର ପ୍ରସ୍ତାବକୁ ମଂଜୁରୀ ଦେଇଥିବାବେଳେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଂଲ ଇଉଣ୍ଡୋ କ୍ଲିରାନ୍ସ ଅଥରିଟି
(SLSWCA) 251.09 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରସ୍ତାବଗୁଡିକ ମୁଖ୍ୟତଃ ଷ୍ଟିଲ ଡ଼ାଉନଷ୍ଟ୍ରୀମ ଇଣ୍ଡଷ୍ଟ୍ରୀ,ଟେକ୍ସଟାଇଲ, ଭିତ୍ତିଭୂମୀ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଆସିଛି। ଏହି ପ୍ରକଳ୍ପରେ 6525 ନିଯୁକ୍ତି ସୃଷ୍ଟି ହେବ ।
ଧୂନଶ୍ରୀ ଭେନଞ୍ଚର୍ସ ପରାଦୀପ ଠାରେ 60,000 ଟନ କ୍ଷମତା ବିଶିଷ୍ଟ ଏକ Maleic Anhydride କାରଖାନା 1013.29 କୋଟି ଟଙ୍କା ବିନିଯୋଗରେ ବସାଇବାର ପ୍ରସ୍ତାବ ରଖିଛି । ସେହିଭଳି ରୁଙ୍ଗଟା କମ୍ପାନୀ ତାର ଷ୍ଟିଲ ପ୍ଲାଣ୍ଟର କ୍ଷମତା 2.8 ନିଯୁତ ଟନକୁ ବୃଦ୍ଧି 7836.90 କୋଟି ଟଙ୍କା ପୁଞ୍ଜି ବିନିଯୋଗରେ କରିବାକୁ ଯାଉଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏମଏସଏମଇ କ୍ଷେତ୍ରରେ ପୁଞ୍ଜି ଯୋଗାଡ ପାଇଁ ଏକ ଆନ୍ତ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛିନ୍ତି । ଏହି କମିଟିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଝରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ ମାଲିକ, ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସଦସ୍ୟ ଅଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version