ନୂଆଦିଲ୍ଲୀ ୨୧/୨ : ବଢ଼ିଲା ଇପିଏଫ ସୁଧ ହାର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ସୁଧହାର ବଢ଼ିଲା । ସୂଚନା ମୁତାବକ ୨୦୧୮-୧୯ ବର୍ଷ ପାଇଁ ସୁଧ ହାର ୮.୫୫% ରୁ ୮.୬୫%କୁ ବୃଦ୍ଧି କରାଯାଇଛି । ଏହା ଦ୍ୱାରା ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଉପକୃତ ହେବେ ବୋଲି ସୂଚନା ମିଳିଛି । ଏନେଇ କେନ୍ଦ୍ର ଶ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ବା (ସିବିଟି) ବୈଠକରେ ନିଷ୍ପତି ହୋଇଛି ।
ପୂର୍ବରୁ ୨୦୧୭-୧୮ ବର୍ଷ ପାଇଁ ୮.୫୫% ଇପିଏଫ ସୁଧ ହାର ଥିବାବେଳେ ଏହାକୁ ୦.୧୦% ବୃଦ୍ଧି କରି ୮.୬୫% କୁ ବୃଦ୍ଧି କରାଯାଇଥିବା ନିଷ୍ପତି ନିଆଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଏହାକୁ ମଞ୍ଜୁର କରିଛନ୍ତି ଯାହାଦ୍ୱାରା ଏହି ବର୍ଦ୍ଧିତ ଇପିଏଫ ସୁଧ ହାର ଲାଗୁ କରାଯାଇଛି । ଯାହାକି ଇପିଏଫଓରେ ଜଡ଼ିତ ଥିବା କର୍ମଚାରୀଙ୍କ ଖାତାକୁ ସିଧାସଳଖ ପହଁଚିବ ବୋଲି ବୈଠକରେ ନିଷ୍ପତି ହୋଇଛି ।