କଳାହାଣ୍ଡି ୧/୩ : ଜଣେ ସ୍କୁଲ ଶିକ୍ଷକ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଂଟାବାଞ୍ଜିର ମୁରଲିବାହାଲ ଗାଁରେ । ଜଣେ କଲେଜ ଛାତ୍ରୀଙ୍କୁ କଲେଜରେ ଛାଡ଼ି ଦେବା ବାହାନା କରି ଡ଼ାକିଥିଲେ । ସେଠାରୁ ତାଙ୍କୁ କଲେଜରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ସମୟକ୍ରମେ ଉଭୟଙ୍କ ଅସଞ୍ଜତ ଫଟୋ ଭାଇରାଲ ହୋଇଥିଲା । ଏହ ପରେ ପୀଡ଼ିତା ଜଣକ ମୁରଲିବାହାଲ ଥାନାରେ ଅଭିଯୁକ୍ତ ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।