ରାୟଗଡ଼ା ୨୦/୬ : କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି । ଯୁକ୍ତ ଦୁଇ ଛାତ୍ର ଏମ୍. ସୁରେଶ କୁମାରଙ୍କ ୫ଜଣ ହତ୍ୟାକାରୀଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି ।ରାୟଗଡ଼ା କସ୍ତୁରୀ ନଗର ଦୋକାନ ବାରଣ୍ଡାରୁ କଲେଜ ଛାତ୍ର ସୁରେଶଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ହତ୍ୟାକାଣ୍ଡରେ ସଂମ୍ପୃକ୍ତ ତିନିଜଣ ନାବାଳକ ସହ ପାଂଚ ଅଭିଯୁକ୍ତଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଛି । ଏହା ସହ ପୋଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ବାଇକ ଜବତ କରିଛି । ତ୍ରିକୋଣୀୟ ପ୍ରେମକୁ କେନ୍ଦ୍ର କରି ଏହି ହତ୍ୟା କରାଯାଇଥିବା ରାୟଗଡ଼ା ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ମୃତ ସୁରେଶଙ୍କୁ ଘରୁ ଡାକିନେଇ ଯୋଜନାବଦ୍ଧ ଭାବେ ହତ୍ୟା କରି ମୃତଦେହକୁ ଏକ ଦୋକାନ ବାରଣ୍ଡରେ ଫୋପାଡ଼ି ଦେଇଥିଲେ ।
ସୂଚନା ଯୋଗ୍ୟ, ଗତ ୧୬ ତାରିଖରେ ରାୟଗଡ଼ା ଜିଲ୍ଲା କସ୍ତୁରୀ ନଗରରେ ଥିବା ଏକ ଦୋକାନ ବାରଣ୍ଡାରୁ ଜଣେ କଲେଜ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଥିଲା। ମୃତ ଛାତ୍ରଙ୍କ ନାମ ଏମ୍. ସୁରେଶ କୁମାର ଓ ତାଙ୍କ ଘର କସ୍ତୁରୀ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଥିଲା ।