ଅପରାଧ

କଳି ହେଲା କାଳ : ପଡ଼ୋଶୀ ଟାଙ୍ଗିଆ ଚୋଟରେ ଶିଶୁପୁତ୍ର ମୃତ

Published

on

ରାୟଗଡ଼ା ୨୦/୨ : ମୁନିଗୁଡ଼ା ଥାନା ଭାଲିଆପଦର ଗାଁରେ ପାଞ୍ଚ ବର୍ଷର ଶିଶୁପୁତ୍ରକୁ ପୋଡ଼ଶୀ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି । ସୂଚନା ମୁତାବକ , ରାୟଗଡ଼ା ଜିଲ୍ଳା ମୁନିଗୁଡ଼ା ଥାନା ଭାଲିଆପଦର ଗାଁରେ ଦୁଇ ପରିବାର ମଧ୍ୟରେ କଳି ଲାଗିଥିବାରୁ ପୋଡ଼ଶୀ ଟାଙ୍ଗିଆରେ ହାଣିବାରୁ ପାଞ୍ଚ ବର୍ଷର ଶିଶୁପୁତ୍ରଟିର ମୃତ୍ୟୁ ହୋଇଛି । କିଛି ଦିନ ଧରି ଦୁଇଟି ପରିବାର ମଧ୍ୟରେ ଘରୋଇ କଳି ଲାଗିରହିଥିଲା । ସେହି କାରଣରୁ ଅଭିଯୁକ୍ତ ପଡ଼ୋଶୀ ନିର୍ମମ ଭାବରେ ପାଂଚ ବର୍ଷର ଶିଶୁକୁ ହତ୍ୟା କରିଥିଲେ। ଘଟଣାର ଖବର ପାଇବା ପରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version