ରାଜ୍ୟ

କଳ୍ପନାଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଯିବ ଓଡିଶାରୁ ୩ ଜଣିଆ ଟିମ୍

Published

on

ଭୁବନେଶ୍ୱର ୨୬/୫ : କଳ୍ପନାଙ୍କ ମରଶରୀର ଆଣିବାକୁ କାଠମାଣ୍ଡୁ ଯିବ ଓଡିଶାରୁ ୩ ଜଣିଆ ଟିମ୍ । ଏହି ଟିମରେ ଅଛନ୍ତି କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, କଳ୍ପନାଙ୍କ ସହଯୋଗୀ ରଣନୀତି କାର୍ମୀ ଓ ପର୍ବତାରୋହୀ ଗଣେଶ ଜେନା ଅଛନ୍ତି । ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆସନ୍ତାକାଲି ଏହି ୩ ଜଣିଆ ଟିମ୍ କାଠମାଣ୍ଡୁ ଗସ୍ତ କରିବ । ମରଶରୀରକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ୧୦ ଜଣ ଶେର୍ପାକୁ ଦାୟିତ୍ୱ ଦେଇଛନ୍ତି । ସରକାରଙ୍କ ଯୋଜନା ଅନୁଯାୟୀ ୨୫ ତାରିଖରୁ ଅକ୍ସିଜେନ୍ ମାସ୍କ, ଆବଶ୍ୟକ ଦଉଡ଼ି ଏବଂ ଅନ୍ୟ ଉପକରଣ ସହ ଶେର୍ପାମାନେ କଳ୍ପନାଙ୍କ ମରଶରୀରକୁ ଉଦ୍ଧାର କରିବା ପାଇଁ ବାହାରି ଯାଇଛନ୍ତି । ଆଶା କରାଯାଉଛି ୨୭ ତାରିଖରେ କଳ୍ପନାଙ୍କ ମରଶରୀରକୁ ବାଲକୋନି ଏରିଆରୁ ୪ ନମ୍ବର କିମ୍ବା ୩ ନମ୍ବର କ୍ୟାମ୍ପକୁ ଅଣାଯିବ । ୨୮ ତାରିଖ ଅର୍ଥାତ ମଙ୍ଗଳବାର ଦିନ ହେଲିକଫ୍ଟର ଜରିଆରେ କାଠମାଣ୍ଡକୁ କଳ୍ପନାଙ୍କ ମରଶରୀର ଅଣାଯିବା ପରେ ମୃତଦେହର ପୋଷ୍ଟମର୍ଟମ କରାଯିବ ।

Leave a Reply

Your email address will not be published. Required fields are marked *

Trending

Exit mobile version