ରାଜ୍ୟ

କଳ୍ପନା ଦାଶଙ୍କ ମରଶରୀର ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି

Published

on

ଢେଙ୍କାନାଳ ୨/୬ : କଳ୍ପନା ଦାଶଙ୍କ ମରଶରୀର ତାଙ୍କ ଜନ୍ମମାଟି ଢେଙ୍କାନାଳରେ ପହଁଚିଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଶେଷଦର୍ଶନ ପରେ କଳ୍ପନାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି ଢେଙ୍କାନାଳ କାଞ୍ଚନବଜାର କୁମ୍ଭାର ସାହିକୁ ନିଆଯାଇଥିଲା । ଏଠାରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ କଳ୍ପନାଙ୍କ ମରଶରୀର ସ୍ୱର୍ଗଦ୍ୱାରକୁ ନିଆଯିବ ।
ଗତ ଶୁକ୍ରବାରକାଲି ଏଭେରେଷ୍ଟରୁ ପର୍ବତ ଆରୋହଣକାରୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯାଇଥିଲା । ସେଠାରୁ କଳ୍ପନାଙ୍କ ମୃତଦେହ ହେଲିକେପ୍ଟର ଯୋଗେ ଲୁକଲା ପଠାଯାଇ ସରକାରୀ ବିଧି ପରେ ଆଜି କାଠମାଣ୍ଡୁରୁ ଓଡିଶା ଅଣାଯାଇଛି । କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଓଡିଶାରୁ ୩ଜଣିଆ ଟିମ୍ ପଠାଯାଇଥିଲା । ଏନେଇ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Trending

Exit mobile version