ରାଜନୀତି

କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିରୁ ଶ୍ରୀକାନ୍ତଙ୍କ ଇସ୍ତଫା

Published

on

ଭୁବନେଶ୍ୱର/ନୂଆଦିଲ୍ଲୀ ୯/୧୨ : ରାଜ୍ୟରେ କଂଗ୍ରେସ କନ୍ଦଳ ଏବେ ତୀବ୍ରତର ହେବାରେ ଲାଗିଛି । ଦୁଇ ତିନିଦିନ ହେଲା ଦଳର ବହୁ ତୁଙ୍ଗ ନେତାଙ୍କ ଦ୍ୱାରା ସମାଲୋଚନାର ଶରବ୍ୟ ହୋଇ ଆସିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିରୁ ରବିବାର ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ ଗଣମାଧ୍ୟମକୁ ଏହି ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି ଯେ, ସେ ଏବେ ମୁକ୍ତି ପାଇଯାଇଛନ୍ତି ।
ନିକଟରେ ଶ୍ରୀ ଜେନାଙ୍କୁ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ ପଦରୁ ହଟାଯାଇ ଗଣେଶ୍ୱର ବେହେରାଙ୍କୁ ସେହି ପଦରେ ଅଧିଷ୍ଠିତ କରାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା । ପରେ ଶ୍ରୀ ଜେନା ଦଳର କିଛି ନେତାଙ୍କ ନାଁ ନ ନେଇ କହିଥିଲେ ଯେ, ଦୀର୍ଘ ୪୦ ବର୍ଷ ହେଲା ଓଡ଼ିଶାରେ ଦୁଇଟି ପରିବାରର ଶାସନ ଚାଲିଛି । ଏହାଛଡା ଖଣି ଦୁର୍ନୀତି ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version