ଅପରାଧ

କାର କାଚ ଭାଙ୍ଗି ଲୁଟିଲେ ୩ ଲକ୍ଷ

Published

on

ଝାରସୁଗୁଡ଼ା ୨୪/୧୨ : ଝାରସୁଗୁଡ଼ା ତହସିଲ ଅଫିସ ସମ୍ମୁଖରେ ଥିବା ଏକ କାର ଭିତରୁ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ଲୁଟେରାମାନେ କାରର କାଚ ଭାଙ୍ଗି ଏହି ଟଙ୍କା ନେଇ ପଳାଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୁରେଶ ଚନ୍ଦ୍ର ସାଗର ନାମକ ଜଣେ ଶିକ୍ଷକ ଷ୍ଟେଟ୍ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ତହସିଲ ଅଫିସକୁ ଆସିଥିଲେ । ଅଫିସ ସାମ୍ନାରେ କାର ରଖି ସେ କୋ÷ଣସି କାମରେ ଭିତରକୁ ଯାଇଥିବାବେଳେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି କାରର କାଚ ଭାଙ୍ଗି ସେହି ଟଙ୍କା ଲୁଟି ନେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version