ରାଜ୍ୟ

କାର ଦୁର୍ଘଟଣା : ଘଟଣାସ୍ଥଳରେ ଚାଲିଗଲା ୩ ଜୀବନ

Published

on

ଢେଙ୍କାନାଳ ୧୧/୫ : ଦୁର୍ଘଟଣାରେ ଚାଲିଗଲା ପରିବାରର ୩ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଢେଙ୍କାନାଳରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତ ବ୍ୟକ୍ତିମାନେ ହେଲେ ୭୫ ବର୍ଷିୟ ଉପେନ୍ଦ୍ରନାଥ ଜେନା, ପତ୍ନୀ ୭୦ ବର୍ଷୀୟ ପ୍ରଫୁଲ୍ଲା ଓ ବୋହୂ ୩୭ ବର୍ଷୀୟ ପଙ୍କଜିନୀ । ଶ୍ୱଶୁର ଓ ବୋହୂ ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ । ଅଧିକ ଚିକିତ୍ସା ପାଇଁ ତେବେ ପ୍ରଫୁଲ୍ଲଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ହେଲେ ସେଠାରେ ହିଁ ପ୍ରଫୁଲ୍ଲ ପ୍ରାଣ ତ୍ୟାଗ କରିଥିବା ସୂଚନା ମିଳିଥିଲା ।।
ଉପେନ୍ଦ୍ରଙ୍କ, ୪୫ ବର୍ଷିୟ ପୁଅ ସମୀର, ୧୦ ବର୍ଷୀୟ ନାତୁଣୀ ପ୍ରୀତିରଞ୍ଜନ ଓ ୭ ବର୍ଷିୟ ପୁସିରଞ୍ଜନ ଗୁରତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ମାରୁତି ଓ୍ଵାଗ୍ନର୍ ଗାଡ଼ିରେ ଭୁବନେଶ୍ୱରରୁ ରାଉରକେଲା ଯାଉଥିଲେ। ଦ୍ରୁତଗତିରେ ଯାଉଥିବା ସମୟରେ ଗୋଟିଏ ବାରହା ସହ କାରଟି ଦୁର୍ଘଟଣା ହୋଇଥିଲା । ଫଳରେ ଚାଳକ ନିୟନ୍ତ୍ରଣ ହରାଇଥିଲେ ଓ କାରଟି ରାସ୍ତାରୁ ହଟିଯାଇ ପ୍ରାୟ ୩୦ ଫୁଟ୍ ଦୂରରେ ଲେଉଟି ପଡ଼ିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ୍ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version