କୋଣାର୍କ ୩୧/୩ : ପର୍ୟ୍ୟଟକ ଗାଡ଼ି ଏକ ସାଇକେଲ ଆରୋହୀଙ୍କୁ ଧକ୍କାଦେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କୋଣାର୍କ ଯାଉଥିବା ବେଳେ ବେଗୁନିଆ-ପାଟେଳିଆ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । କୋଣାର୍କ ବୁଲିବାକୁ ଏକ ଟୁରିଷ୍ଟ କାରରେ ପର୍ୟ୍ୟଟକ ଯାଉଥିବା ବେଳେ ଅଘଟଣା ଘଟିଛି । ବେଗୁନିଆ-ପାଟେଳିଆ ରାସ୍ତାରେ ସାଇକେଲକୁ ପର୍ୟ୍ୟଟକଙ୍କ କାର ଧକ୍କା ଦେବା ଫଳରେ ଜଣେ ଯୁବକ ଗୁରୁତର ହୋଇପଡ଼ିଥିଲେ । ଗୁରତର ଅବସ୍ଥାରେ ସାଇକେଲ ଆରୋହୀଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା । ସେଠାରେ ଡ଼ାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ନାଁ ରବୀନ୍ଦ୍ର ଭୋଇ। ତାଙ୍କ ଘର ପାଟେଳିଆ ଗାଁରେ।