ରାଜ୍ୟ

କାଳବୈଶାଖୀ : ଗଛ ପଡ଼ି ମା’, ଝିଅ ମୃତ

Published

on

ନୂଆପଡା ୨୦/୪ : ନୂଆପଡା ଭଣ୍ଡାରପୁରୀ ଅଂଚଳରେ କାଳବୈଶାଖୀ ତାଣ୍ଡବରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଗତ ରାତିରେ ଘରେ ଶୋଇଥିବା ଅବସ୍ଥାରେ ଘର ଉପରେ ଗଛ ପଡିଯିବାରୁ ମାଆ ଓ ଝିଅ ଚାପି ହୋଇ ଗୁରୁତର ହୋଇଥିଲେ । ସେମାନଙ୍କୁ ନୂଆପଡା ମେଡିକାଲରେର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ ପ୍ରାଣ ହରାଇଥିବା ମାଆଙ୍କ ନାଆଁ ଗଣେଶୀ ତାଣ୍ଡି (୪୫) ଓ ତାଙ୍କ ଝିଅ ହେଲେ ତୁଳସୀ ତାଣ୍ଡି (୧୪)। ଗତକାଲି ରାତିରେ ପୁନିତରାମଙ୍କ ପରିବାର ଲୋକେ ଘରେ ଶୋଇଥିବା ବେଳେ ଏ ଘଟଣା ଘଟିଥିବା କୁହାଯାଉଛି। ବିଳମ୍ୱିତ ରାତିରେ ସେଠାରେ କାଳବୈଶାଖୀ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ତାଙ୍କ ଘର ପାଖରେ ଥିବା ଏକ ବିରାଟ ଗଛ ଉପୁଡ଼ି ଯାଇଥିଲା ଓ ସେହି ଗଛଟି ଘର ଉପରେ ପଡ଼ିଯାଇଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version